ଜୀବନଚର୍ଯ୍ୟା

ବାସ୍ତୁଶାସ୍ତ୍ର ଅନୁସାରେ କେମିତି ନେବେ ରୋଷେଇ ଘରର ଯତ୍ନ

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରର ଅଲଗା ମହତ୍ୱ ରହିଛି l ସେଥିପାଇଁ କୁହାଯାଇଛି ରୋଷେଇ ଘରେ କାମ କାରୁଥିବା ସମୟରେ କିଛି କଥାର ବିଶେଷ ଧ୍ୟାନ ରଖିବା ଆବଶ୍ୟକ l ନହେଲେ ଘରେ ଅନ୍ୟଥାରେ ବାସ୍ତୁଦୋଷ ବଢିଥାଏ ଏବଂ ସମସ୍ତ ପ୍ରକାର ଅସୁବିଧା ଦେଖା ଯାଇଥାଏ l ଆସନ୍ତୁ ଜାଣିବା ସେଗୁଡିକ କଣ ?

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇଘର କେବେବି ଅସନା ରଖିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ବ୍ୟକ୍ତିର ଆର୍ଥିକ କ୍ଷତି ହୋଇଥାଏ l ଏହା ବ୍ୟତୀତ କେବେବି ଛୁରୀ ,କଇଁଚି କିମ୍ବା ଅନ୍ୟ କୌଣସି ଧାରୁଆ ଜିନିଷ ରୋଷେଇ ଘର କାନ୍ଥରେ ଟାଙ୍ଗିବା ଉଚିତ ନୁହେଁ l

ଯଦି ଆପଣ ଭୋଜନ ପ୍ରସ୍ତୁତ କରୁଛନ୍ତି ତେବେ ପ୍ରଥମ ରୁଟି ସହିତ ଯେକୌଣସି ତରକାରୀ କରିଛନ୍ତି ସେଥିରୁ ଅଳ୍ପକିଛି ନେଇ ଗୋଟିଏ ଥାଳିରେ ରଖନ୍ତୁ l ଏହା ପରେ ପ୍ରଣାମ କରି ଗାଈ କିମ୍ବା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ l ଏହାପରେ ଘରର ଅନ୍ୟ ସଦସ୍ୟ ମାନେ ଭୋଜନ ଗ୍ରହଣ କରିବା ଉଚିତ l ଯଦି ଏପରି କରିବା ସମ୍ଭବ ହେଉନାହିଁ ତେବେ ନିଜର ପରିଜନ ମାନଙ୍କ ମଧ୍ୟରୁ କୌଣସି ବୟସ୍କ ଲୋକଙ୍କୁ ପ୍ରଥମେ ଖାଇବାକୁ ପରସନ୍ତୁ l ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟଗତ ସାମସୟା ଦୂର ହୋଇଥାଏ l

ଵାସ୍ତୁରେ କୁହାଯାଇଛି ରୋଷେଇଘରେ କେବେବି କ୍ଷୀରକୁ ଅଘୋଡା ରଖିବେ ନାହିଁ l ଏହାକୁ ଯକୌଣସି ଢାଙ୍କୁଣୀରେ ଘୋଡାଇ ରଖିବେ l କାରଣ ଖୋଲାରେ ରହିଥିବା କ୍ଷୀର ବିଭିନ୍ନ ପ୍ରକାରର ଅସୁବିଧାକୁ ନିମନ୍ତ୍ରଣ ଦେଇଥାଏ l ଯେପରିକି ଆର୍ଥିକ ,ଶାରୀରିକ ଓ ମାନସିକ ପରିସ୍ଥିତି ହୋଇପାରେ l

ରୋଷେଇ ଘରେ ଭୋଜ କରିବା ଦ୍ୱାରା ଅନେକ ପ୍ରକାରର ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ l କିନ୍ତୁବାସ୍ତୁ ଅନୁସାରେ ଯେବେବେବି ରୋଷେଇ ଘରେ ଭୋଜନ କରୁଛନ୍ତି ତେବେ ଦିଗର ବିଶେଷ ଧ୍ୟାନ ରଖନ୍ତୁ l ତା ସହିତ ଭୋଜନ କରିବା ସମୟରେ ପଶ୍ଚିମ ଓ ଦକ୍ଷିଣ ଦିଗକୁ ମୁଖ କରି ବସିବେ ନାହିଁ l ଏହା ଶୁଭଫଳ ଦେଇ ନଥାଏ l

Show More

Related Articles

Back to top button