ଦେଶ ବିଦେଶ

ଆସନ୍ତାକାଲି ଠାରୁ ପଞ୍ଚମ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ

ଆସନ୍ତାକାଲିଠୁ ଆରମ୍ଭ ହେବ ବନ୍ଦେ ଭାରତ ମିଶନର ୫ମ ପର୍ଯ୍ୟାୟ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ପୁଣି ଥରେ କାର୍ଯ୍ୟ ଆରମ୍ଭ ହେବ। ଏହା ମିଶନ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ।

ନୂଆଦିଲ୍ଲୀ : ଆସନ୍ତାକାଲିଠୁ ଆରମ୍ଭ ହେବ ବନ୍ଦେ ଭାରତ ମିଶନର ୫ମ ପର୍ଯ୍ୟାୟ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ପୁଣି ଥରେ କାର୍ଯ୍ୟ ଆରମ୍ଭ ହେବ। ଏହା ମିଶନ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ। ସମୁଦାୟ ୭୯୨ଟି ବିମାନ ଏଥିପାଇଁ ନିୟୋଜିତ ହେବେ। ଯେଉଁଥିରେ ୬୯୨ଟି ଆନ୍ତର୍ଜାତୀୟ ବିମାନ ଏବଂ ୧୦୦ଟି ଘରୋଇ ବିମାନ ଅନ୍ତର୍ଭୂକ୍ତ ହୋଇଛି। ଏହି ପର୍ଯ୍ୟୟରେ ୨୩ଟି ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଧାର୍ଯ୍ୟ କରାଯାଇଛି। ଏଥି ମଧ୍ୟରେ ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ବାଂଲାଦେଶ, ମିଆଁମାର, ଥାଇଲ୍ୟାଣ୍ଡ, ଚୀନ୍, ଇସ୍ରାଏଲ୍, କାନାଡ଼ା ଏବଂ କିର୍ଗିଜସ୍ଥାନ ଅନ୍ତର୍ଭୁକ୍ତ।

ଏହି ବିମାନଗୁଡ଼ିକ ଭାରତର ୨୧ଟି ବିଭିନ୍ନ ବିମାନବନ୍ଦ ଉଡାଣ ଭରିବ। ଏହି ପର୍ଯ୍ୟାୟରେ ବିଦେଶରେ ଫସି ରହିଥିବା ସମୁଦାୟ ଏକ ଲକ୍ଷ ତିରିଶ ହଜାର ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯିବ। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ପୂର୍ବରୁ ସୂଚନା ଦେଇଥିଲେ। ପୁର୍ବ ମିଶନ ପରି ଏଥର ମଧ୍ୟ ଅସୁବିଧାରେ ଫସି ରହିଥିବା ଭାରତୀୟମାନଙ୍କୁ ଯାତ୍ରା ପାଇଁ ପ୍ରାଥମିକତା ଦିଆଯିବ।

Show More

Related Articles

Back to top button