ଦେଶ ବିଦେଶମନୋରଞ୍ଜନ

ସୁଶାନ୍ତ ସିଂହ ମୃତ୍ୟୁ ମାମଲା; ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେଲେ ବିହାର ସରକାର

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିହାର ପୋଲିସଙ୍କୁ ମାମଲାର ଯାଞ୍ଚ କରିବାକୁ ଅନୁମତି ଦିଆଯିବାକୁ ବିହାର ସରକାର ଦାବି ରଖିଛନ୍ତି ।

ମୁମ୍ୱାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ବେଶ ଘନିଭୂତ ହେବାରେ ଲାଗିଛି। ଏହି ମାମଲାରେ ବିହାର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାରେ ବିହାର ପୋଲିସଙ୍କୁ ମାମଲାର ଯାଞ୍ଚ କରିବାକୁ ଅନୁମତି ଦିଆଯିବାକୁ ବିହାର ସରକାର ଦାବି ରଖିଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଧବୀ ରିୟା ଚକ୍ରବତ୍ତୀଙ୍କ ଉକ୍ତ ଦାବିକୁ ବିହାର ସରକାର ବିରୋଧ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ ରିୟାଙ୍କ କହିବା ଅନୁସାରେ, ଏକ ଘଟଣାରେ ଦୁଇଟି ରାଜ୍ୟର ପୋଲିସ କଣ ପାଇଁ ତଦନ୍ତ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହାସହ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ପରିବାର ଉପରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ଥାନାରେ ମାମଲା ରୁଜୁ କରିବା ପାଇଁ ସୁଶାନ୍ତଙ୍କ ଭିଣୋଇ ଏଡିଜି ଓ.ପି ସିଂହଙ୍କ ଉପରେ ଚାପ ପକାଉଥିବା ସେ କହିଛନ୍ତି । ଏହାସହ ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଥାନିଙ୍କୁ ପଚରାଉଚରା କରାଯାଇଥିଲା । ସିଦ୍ଧାର୍ଥ ଏହି ବିଷୟରେ ମୁମ୍ବାଇ ପୋଲିସକୁ ସୂଚନା ଦେଇଥିଲେ । ରିୟା ଓ ସୁଶାନ୍ତଙ୍କ ହୋଇଥିବା ଖର୍ଚ୍ଚ ବିଷୟରେ ପଚରା ଯାଇଥିବା ରିୟା କହିଛନ୍ତି ।
ସେହିପରି ଇଡି ପାଟନା ପୋଲିସରୁ ସୁଶାନ୍ତ ସିଂଙ୍କ ଏଫଆଇଆର ସବିଶେଷ ତଥ୍ୟ ମାଗିଛି। ସୁଶାନ୍ତଙ୍କ ପିତାଙ୍କ ଅଭିଯୋଗ ଅନୁସାରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଆକାଉଣ୍ଟରୁ ପ୍ରାୟ ୧୫ କୋଟି ଟଙ୍କା ଉଠାଇଥିଲେ।

Show More

Related Articles

Back to top button