Breaking PLUS
ପ୍ରଥମ ଦିନିକିଆରେ ଇଂଲଣ୍ଡ ବିଜୟୀ
ଆଇସିସି ବିଶ୍ୱକପ୍ ସୁପର ଲିଗ୍ ଅନ୍ତର୍ଗତ ପ୍ରଥମ ଦିନିକିଆ ସିରିଜ୍ ଗୁରୁବାରଠାରୁ ଆରମ୍ଭ ହୋଇଛି। ଘରୋଇ ଇଂଲଣ୍ଡ ଓ ପଡ଼ୋଶୀ ଆୟରଲାଣ୍ଡ ମଧ୍ୟରେ ଏହି ସିରିଜ୍ର ପ୍ରଥମ ଦିନିକିଆରେ ଇଂଲଣ୍ଡ ବିଜୟୀ ହୋଇଛି। ବାମହାତି ଫାଷ୍ଟବୋଲର ଡେଭିଡ୍ ୱିଲିଙ୍କ ୫ ୱିକେଟ ଦଖଲ ବଳରେ ଆୟରଲାଣ୍ଡକୁ ୬ ୱିକେଟ୍ରେ ଇଂଲଣ୍ଡ ପରାସ୍ତ କରିଛି।
