ଓଡ଼ିଶା

ରାଜ୍ୟରେ ଆଉ ୧୪୯୯ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଜି ଆଉ ୧୪୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୧୪ କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ୫୮୫ ସ୍ଥାନୀୟ ସଂକ୍ରମିତ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଭୁବେନେଶ୍ୱର : ରାଜ୍ୟରେ ଆଜି ଆଉ ୧୪୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୧୪ କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ୫୮୫ ସ୍ଥାନୀୟ ସଂକ୍ରମିତ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜି ୨୯ ଜିଲ୍ଲାରୁ ୧୪୯୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନଗୁଳରୁ ୨୫, ବାଲେଶ୍ଵରରୁ ୩୭, ବରଗଡ଼ରୁ ୧୦, ଭଦ୍ରକରୁ ୧, ବଲାଙ୍ଗିରରୁ ୧୯, କଟକରୁ ୨୮, ଦେବଗଡ଼ରୁ ୨, ଢେଙ୍କାନାଳରୁ ୯୨, ଗଜପତିରୁ ୯୭, ଗଞ୍ଜାମରୁ ୩୬୮, ଜଗତସିଂହପୁରରୁ ୧୫, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୫୦, କେନ୍ଦ୍ରାପଡ଼ା ୧୪, କେଉଁଝରରୁ ୧୬, ଖୋର୍ଦ୍ଧା ୨୧୪, କୋରାପୁଟରୁ ୮୧, ମାଲକାନାଗିରିରୁ ୨୬, ମୟୁରଭଞ୍ଜରୁ ୧୩, ନବରଙ୍ଗପୁରରୁ ୩୩, ନୟାଗଡ଼ରୁ ୬୭, ନୂଆପଡ଼ାରୁ ୯, ପୁରୀରୁ ୩୬, ରାୟଗଡ଼ାରୁ ୪୦, ସମ୍ବଲପୁରରୁ ୫୬, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୭୫ । ଏହି କ୍ରମରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୮୭୭ରେ ପହଞ୍ଚି ଥିବା ବେଳେ ୧୯,୭୪୫ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏଯାବତ୍ ୧୧,୯୧୮ ଆକ୍ଟିଭ୍ କେସ୍ ରହିଛି।

Show More

Related Articles

Back to top button