Breaking PLUSଦେଶ ବିଦେଶମୁଖ୍ୟ ଖବର

ଉତ୍ତରାଖଣ୍ଡ ଜଳପ୍ରଳୟ, ଜାରି ରହିଛି ଉଦ୍ଧାରକାର୍ଯ୍ୟ ଆଉ ୫ ମୃତଦେହ ଉଦ୍ଧାର

ଉତ୍ତରାଖଣ୍ଡର ଚମୋଲୀରେ ଗତ ୭ ତାରିଖରେ ଗ୍ଲାସିୟର ଭାଙ୍ଗିବାରୁ ଅନେକ ଲୋକ ପାଣି ସୂଅରେ ଭାସି ଯାଉଥିଲା । ଏବେ ମୃତ୍ୟୁସଂଖ୍ୟା ୪୩ରେ ପହଁଚିଛି । ଏହି ଅଘଟଣ ପରେ ଲଗାତର ଉଦ୍ଧାରକାର୍ଯ୍ୟ ଜାରି ରହିଛି । ରବିବାର ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆଉ ୫ ମୃତଦେହ ମିଳିଛି ।

ଏହାପୂର୍ବରୁ ଶନିବାର ଚମୋଲୀ ଜିଲ୍ଲାପାଳ ସ୍ୱାତି ଏସ ଭଦୋରିଆ କହିଥିଲେ ଯେ, ଏନଟିପିସି ଟନେଲରେ ଖନନ କାର୍ଯ୍ୟ ୧୩୬ ମିଟର ଯାଏଁ ହୋଇଛି । ଶୁକ୍ରବାର ଗୋଟିଏ ମୃତଦେହ ମିଳିଛିଲା । ନିଖୋଜ ଥିବା ୨୦୪ଲୋକଙ୍କ ମଧ୍ୟରୁ ୩୮ ମୃତଦେହ ମିଳିଥିଲା । ଏହାସହ ୨ ଜଣଙ୍କୁ ଜୀବନ ଉଦ୍ଧାର କରାଯାଇଥିଲା । ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ରବିବାର ଆଉ ୫ଟି ମୃତଦେହ ଉଦ୍ଧାର ହେବା ପରେ ମୃତକଙ୍କ ସଂଖ୍ୟା ୪୩ ହୋଇଯାଇଛି । ଟନେଲ ମଧ୍ୟରୁ ବିଭିନ୍ନ ଭଗ୍ନାଶ ହଟାଯାଉଛି । କିଛି ଲୋକ ଏବେବି ଟନେଲ ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି । ତେବେ ଚମୋଲୀରେ ଗ୍ଲାସିୟର ଭାଙ୍ଗିବା ପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଅନେକ ଗାଁ ସହ ଯୋଗାଯୋଗ ବିଭିନ୍ନ ହୋଇଛି । ଆଇଟିବିପି ଯବାନମାନେ ରିଲିଫ୍ କ୍ୟାମ୍ପ ଲଗାଇଛନ୍ତି । ଏହାସହ ଲୋକଙ୍କୁ ଜରୁରୀ ଦ୍ରବ୍ୟ ପ୍ରଦାନ କରୁଛନ୍ତି ।

Show More

Related Articles

Back to top button