Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜି ଭାରତୀୟ ସେନାକୁ ମିଳିବ ୧୧୮ ସ୍ୱଦେଶୀ ଅତ୍ୟାଧିୁନିକ ଅର୍ଜୁନ ଟ୍ୟାଙ୍କ

ଭାରତୀୟ ସେନାକୁ ଆଜି ୧୧୮ ସ୍ୱଦେଶୀ ଯୁଦ୍ଧକ ଟ୍ୟାଙ୍କ ହସ୍ତାନ୍ତର କରାଯିବ । ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାକୁ ୧୧୮ ଅର୍ଜୁନ ଟ୍ୟାଙ୍କ ହସ୍ତାନ୍ତର କରିବେ । ଅର୍ଜୁନ ଟ୍ୟାଙ୍କକୁ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ବିକଶିତ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଚେନ୍ନାଇ ଓ କେରଳ ଅଭିମୁଖେ ବାହାରିଛନ୍ତି ।

ଅର୍ଜୁନ ଟ୍ୟାଙ୍କକୁ ପାକିସ୍ତାନର ମୋର୍ଚ୍ଚା ଉପରେ ପଶ୍ଚିମ ରେଗିସ୍ତାନରେ ମୁତୟନ କରାଯିବ । ୧୧୮ ଅର୍ଜୁନ ଟ୍ୟାଙ୍କ ମଧ୍ୟ ପୂର୍ବରୁ ୧୨୪ ଟ୍ୟାଙ୍କ ଭଳି ଭାରତୀୟ ସେନାର ବଡ଼ ଅସ୍ତ୍ର ହେବ । ପଶ୍ଚିମ ରାଜସ୍ଥାନରେ ଏହାକୁ ମୁତୟନ କରାଯିବାର ଅର୍ଥ ପାକିସ୍ତାନ ଏଠାରୁ ବେଶୀ ଦୂର ହେବ ନାହିଁ । ମୋଟାମୋଟି ଭାବେ କହିବାକୁ ଗଲେ ପୁଲୱାମା ଆକ୍ରମଣ ଘଟଣା ପରେ ଭାରତ ଆଡ଼କୁ ଦେଖିବାକୁ ପାକିସ୍ତାନ ଡରୁଛି ।

ଡିଆରଡିଓ କହିବା ଅନୁସାରେ ଅର୍ଜୁନ ଟ୍ୟାଙ୍କର ମାରକ କ୍ଷମତାକୁ ବଢ଼ାଇ ଦିଆଯାଇଛି । ଏହି ଟ୍ୟାଙ୍କରେ ଟ୍ରାନ୍ସମିଶନ ସିଷ୍ଟମ ରହିଛି । ଫଳରେ ଟ୍ୟାଙ୍କ ନିଜର ଲକ୍ଷ୍ୟକୁ ସହଜରେ ହାସଲ କରିପାରିବ । ଏହି ଟ୍ୟାଙ୍କ ଯୁଦ୍ଧ ପଡ଼ିଆରେ ମାଇନ୍ସ ହଟାଇ ସହଜରେ ଅଗ୍ରସର ହୋଇପାରିବାର କ୍ଷମତା ରଖିଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଟୁଇଟ କରି କହିଥିଲେ ଯେ, ଆସନ୍ତାକାଲି (ଫେବ୍ରୁଆରୀ ୧୪) ମୁଁ ତାମିଲାନାଡୁର ଚେନ୍ନାଇ ଓ କେରଳର କୋଚି ଗସ୍ତ କରୁଛି । ସେଠାରେ ବିକାଶ ମୂଳକ କାର୍ଯ୍ୟର ଶୁଭାରମ୍ଭ ହେବ ।

Show More

Related Articles

Back to top button