Breaking PLUSଦେଶ ବିଦେଶମୁଖ୍ୟ ଖବର

ପୁଣିଥରେ ମହାଭିଯୋଗରୁ ବର୍ତ୍ତିଗଲେ ଟ୍ରମ୍ପ

ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଲାଗି ମହାଭିଯୋଗରୁ ବଞ୍ଚି ଯାଇଛନ୍ତି । କ୍ୟାପିଟାଲ ହିଂସାକୁ ନେଇ ଜାନୁଆରୀ ୬ରେ ସିନେଟ୍ ଟ୍ରମ୍ପଙ୍କୁ ଦୋଷୀ କହିଥିଲା । ଆମେରିକା ସିନେଟରେ ହୋଇଥିବା ଭୋଟିଂରେ ୫୭ ସିନେଟର ଟ୍ରମ୍ପଙ୍କୁ ମହାଭିଯୋଗରେ ଦୋଷୀ ପାଇଥିବା ବେଳେ ୪୩ ଜଣ ସିନେଟର ଦୋଷୀ ପାଇନାହାଁନ୍ତି

ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଲାଗି ମହାଭିଯୋଗରୁ ବଞ୍ଚି ଯାଇଛନ୍ତି । କ୍ୟାପିଟାଲ ହିଂସାକୁ ନେଇ ଜାନୁଆରୀ ୬ରେ ସିନେଟ୍ ଟ୍ରମ୍ପଙ୍କୁ ଦୋଷୀ କହିଥିଲା । ଆମେରିକା ସିନେଟରେ ହୋଇଥିବା ଭୋଟିଂରେ ୫୭ ସିନେଟର ଟ୍ରମ୍ପଙ୍କୁ ମହାଭିଯୋଗରେ ଦୋଷୀ ପାଇଥିବା ବେଳେ ୪୩ ଜଣ ସିନେଟର ଦୋଷୀ ପାଇନାହାଁନ୍ତି । ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ ଲାଗି ସିନେଟରେ ଦୁଇ ତୃତୀୟାଂଶ ବହୁମତ ଅର୍ଥାତ୍ ୬୭ ଭୋଟ୍ ଆବଶ୍ୟକ ।

ଆମେରିକାରେ ଜାନୁଆରୀ ୬ରେ କ୍ୟାପିଟାଲ ହିଲରେ ହୋଇଥିବା ହିଂସାକୁ ନେଇ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା । ଯାହାକୁ ସଂସଦର ତଳ ସଦନ ମଞ୍ଜୁରୀ ଦେଇଥିବା ବେଳେ ସିନେଟରେ ପ୍ରସ୍ତାବ କାଟ୍ ଖାଇଛି । ଟ୍ରମ୍ପଙ୍କ ରିପବ୍ଲିକନ ପାର୍ଟିର ୭ ଜଣ ସଂସଦ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛନ୍ତି । ସିନେଟରେ ଡେମୋକ୍ରାଟିକ ପାର୍ଟିର ୫୦ ଜଣ ସଦସ୍ୟ ରହିଥିବା ବେଳେ ଆଉ ୧୭ ଜଣ ରିପବ୍ଲିକନ ନେତାଙ୍କ ସମର୍ଥନ ଆବଶ୍ୟକ ।

ଆମେରିକା କ୍ୟାପିଟଲରେ ହୋଇଥିବା ହିଂସା ମାମଲାରେ ମହାଭିଯୋଗର ସାମ୍ନା କରୁଥିବା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଓକିଲ ରିପବ୍ଲିକନ ନେତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ମିଥ୍ୟା କହିଛନ୍ତି । ଟ୍ରମ୍ପଙ୍କ ଉପରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି । ସିନେଟରେ ଶୁଣାଣିର ଚତୁର୍ଥ ଦିନରେ ଟ୍ରମ୍ପଙ୍କ ଓକିଲ ଶୁକ୍ରବାର ଗୋଟିଏ ପରେ ଗୋଟିଏ କାଗଜପତ୍ର ଉପସ୍ଥାପନ କରିଥିଲେ । ଟ୍ରମ୍ପଙ୍କୁ କାନୁନ୍ ବ୍ୟବସ୍ଥାର କଡ଼ା ସମର୍ଥକ କହିଥିଲେ ।

ଟ୍ରମ୍ପଙ୍କ ଓକିଲ କହିଥିଲେ- ‘ସେ କ୍ୟାପିଟାଲ ହିଲରେ ହିଂସା ସୃଷ୍ଟି କରିନାହାଁନ୍ତି ।’ ଟ୍ରମ୍ପଙ୍କ ଓକିଲା ପ୍ରାୟ ସାଢ଼େ ୭ ଘଣ୍ଟା ଧରି ବିଭିନ୍ନ କାଗଜପତ୍ର ଦେଇଥିଲେ । ଏହାପରେ ମହାଭିଯୋଗ ଶୁଣାଣି ବେଳେ ଜୁରୀ ସିନେଟର ଉଭୟ ପକ୍ଷଙ୍କୁ ପ୍ରଶ୍ନ କରିଥିଲେ । ଉଭୟ ପକ୍ଷର କାଗଜପତ୍ର ଦାଖଲ ପରେ ସିନେଟରେ ମହାଭିଯୋଗ ନେଇ ମତଦାନ ହୋଇଥିଲା ।

Show More

Related Articles

Back to top button