ସ୍ୱତନ୍ତ୍ର

ଚାଉଳ କିମ୍ବା ଅଟାରେ ପୋକ ଲାଗୁଥିଲେ ଆପଣାନ୍ତୁ ଏହି ଉପାୟ

ଘରେ ସାଧାରଣତଃ ଚାଉଳ କିମ୍ବା ଅଟାରେ ପୋକ ଲାଗିବା ବିଶେଷ ପରିଲକ୍ଷିତ ହୋଇଥାଏ । ଯେଉଁଥିପାଇଁ ଗୃହିଣୀମାନେ ବିଭିନ୍ନ ସମୟରେ ଚିନ୍ତାରେ ପଡିଥାନ୍ତି ।ଅଧିକାଂଶ ମହିଳାମାନେ ଗହମ ଅଟା ବଦଳରେ ମଲ୍ଟିଗ୍ରେନ ଅଟା ଏବଂ ଚାଉଳ ଗୁଣ୍ଡ ବହୁଦିନ ପର୍ଯ୍ୟନ୍ତ ଷ୍ଟୋରି କରି ରଖିଥାନ୍ତି । କିନ୍ତୁ ପାଣିପାଗ ପରିବର୍ତ୍ତନ ହେବା ଯୋଗୁଁ ଚାଉଳ ଅଟାରେ ପୋକ ଲାଗିବା ସମସ୍ୟା ଦେଖାଦେଇଥାଏ। ତେବେ ଏହିସବୁ ସମସ୍ୟାକୁ ସମାଧାନ କରିବା ପାଇଁ ଆପଣାନ୍ତୁ ଏହି ଉପାୟ ।

-ଚାଉଳ ଅଟାରେ ପୋକ ଲାଗିଥିଲେ, ଏହାକୁ ନେଇ ଏକ ଗରମ ସ୍ଥାନରେ ରଖିଦିଅନ୍ତୁ। ଗରମ ବାଜିବା ଦ୍ୱାରା ଚାଉଳ ଗୁଣ୍ଡରୁ ପୋକ ବାହାରିଯାଏ। ନଚେତ ଆପଣ ଖରାରେ ଏହାକୁ ରଖିଦେଇପାରିବେ। ଏହାକୁ ଖରାରେ ରଖିବା ପରେ ଏକ ଜାଲି ସାହାଯ୍ୟରେ ଚଲାଇ ଦେଇ ଡବାକୁ ଭଲ ଭାବେ ସଫା କରି ପୁଣି ଥରେ ଗୁଣ୍ଡକୁ ରଖିପାରିବେ।

-ସେହିପରି ଆପଣ ଚାଉଳ ଗୁଣ୍ଡ ଡବାରେ କିଛି ଡାଳଚିନି ପକାଇ ରଖିପାରିବେ। ଏହାଦ୍ୱାରା ଡାଳଚିନି ବାସ୍ନାରେ କୌଣସି ପୋକ ଚାଉଳ ଗୁଣ୍ଡରେ ଲାଗିବେ ନାହିଁ। ତେଣୁ ଆପଣ ଡବା ଭିତରେ କିଛି ଡାଳଚିନି ଖଣ୍ଡ ପକାଇପାରିବେ।

-ଚାଉଳ ଗୁଣ୍ଡ ରଖିବା ପାଇଁ ସଫା ଏବଂ ଟାଇଟ୍‌ ଜାରର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ ।

-ଏହାଛଡା ଲବଙ୍ଗ ମଧ୍ୟ ଡବାରେ ପକାଇପାରିବେ। ଆପଣ ଚାଉଳ ଡବାରେ ନିମ୍ବ ପତ୍ର ପକାଇ ଚାଉଳକୁ ଫ୍ରେଶ ରଖିପାରିବେ।

-ତେବେ ଚାଉଳ ଗୁଣ୍ଡ ରଖୁଥିବା ଡବା ଓଦା କିମ୍ବା ବ୍ୟବହାର କରୁଥିବା ଚାମଚ ଓଦା ଯେପରି ନ ହୋଇଥାଏ। ଓଦା ହେଲେ ଜଲଦି ପୋକ ଲାଗିବାର ସମ୍ଭାବନା ରହିଥାଏ।

Show More

Related Articles

Back to top button