ବାଣିଜ୍ୟ

UPI ଓ ରୂପୈ କାର୍ଡରେ ଡିଜିଟାଲ ଲେନଦେନ ବାବଦ ଶୁଳ୍କ ଫେରିପାଇବେ ଗ୍ରାହକ

ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି

କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ୟୁପିଆଇ ଓ ରୂପୈ କାର୍ଡରେ ଡିଜିଟାଲ ଲେନଦେନ ବାବଦ ୧ ହଜାର ୩୦୦କୋଟି ଟଙ୍କାର ଶୁଳ୍କ ଫେରସ୍ତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ ଓ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ମର୍ଚେଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମଡିଆର)ରେ ଲୋକଙ୍କ ଠାରୁ ବ୍ୟବସାୟୀ ଆଦାୟ କରିଥିବା ନେଣଦେଣ ଶୁଳ୍କ ଫେରସ୍ତ କରିବେ। ତେବେ ଆଗାମୀ ବର୍ଷମାନଙ୍କରେ ସରକାର ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ୧ ହଜାର ୩୦୦ କୋଟି ଟଙ୍କା ନିବେଶ କରିବେ।

ଏହି ଅର୍ଥ ବୈଷୟିକ ବିକାଶ କ୍ଷେତ୍ରରେ ନିବେଶ ହେବ। ସେ କହିଛନ୍ତି ଯେ କେବଳ ନଭେମ୍ବର ମାସରେ ଡିଜିଟାଲ ଲେନଦେନରେ ୭.୫୬ କୋଟି ଟଙ୍କା କାରବାର ହୋଇଛି। ଏଥିଲାଗି ୪୨୩ କୋଟି ଡିଜିଟାଲ ନେଣଦେଣ ହୋଇଥିଲା। ଏହି ଯୋଜନା ଅନୁସାରେ ଲୋକେ ଭୀମ ୟୁପିଆଇ ଓ ରୂପୈ କାର୍ଡରେ କରିଥିବା ଡିଜିଟାଲ ନେଣଦେଣ ବାବଦ ଶୁଳ୍କ ଫେରସ୍ତ ପାଇବେ ବୋଲି ବୈଷ୍ଣବ କହିଛନ୍ତି। ଏହି ଯୋଜନାରେ ୧ ଏପ୍ରିଲ ୨୦୨୧ରୁ ବର୍ଷକ ଲାଗି ଆନୁମାନିକ ବିତ୍ତିୟ ବ୍ୟୟ ପ୍ରାୟ ୧ହଜାର ୩୦୦ କୋଟି ଟଙ୍କା ହେବ ବୋଲି ସେ କହିଛନ୍ତି। ଏହି ଯୋଜନା ଦେଶରେ ବ୍ୟାଙ୍କମାନଙ୍କ ଡିଜିଟାଲ ପୈଠ ପ୍ରଣାଳୀର ବିକାଶ ସାଙ୍ଗକୁ ରୂପୈ କାର୍ଡ ଓ ୟୁପିଆଇ ନେଣଦେଣକୁ ପ୍ରୋତ୍ସାହିତ କରିବ।

Show More

Related Articles

Back to top button