ବଲିଉଡମନୋରଞ୍ଜନସେଲିବ୍ରିଟି

ପୁଣିଥରେ ଏକାଠି ହେଲେ ସନ୍ନି-ଅମିଷା

ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ସୁପରହିଟ୍‌ ଚଳଚ୍ଚିତ୍ର ଗଦ୍ଦର-୨ । ପୂର୍ବରୁ ୨୦୦୧ରେ ରିଲିଜ ହୋଇସାରିଥିବା ସୁପରହିଟ୍‌ ଚଳଚ୍ଚିତ୍ର ‘ଗଦ୍ଦର’ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏଥିରେ ସନ୍ନି ଦେୱଲ ଓ ଅମିଷା ପଟେଲଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହାର ପାର୍ଟ-୨ର ସୁଟିଂ ଆରମ୍ଭ ହୋଇଯାଇଛି ।

ଏଥିରେ ପୁଣିଥରେ ଉଭୟ ସନ୍ନି-ଅମିଷା ଲିଡ ରୋଲରେ ନଜର ଆସିବେ । ଏନେଇ ଦୁହେଁ ସୁଟିଂ ସେଟରେ ବ୍ୟସ୍ତ ଥିବା ଜଣାପଡିଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଚଳଚ୍ଚିତ୍ରଟିକୁ ଜି ଷ୍ଟୁଡିଓ ଓ ଅନିଲ ଶର୍ମା ପ୍ରଯୋଜନା କରିଛନ୍ତି । ଅନ୍ୟପକ୍ଷରେ ସନ୍ନି ଦେୱଲ ସୁଟିଂ ସେଟରେ ଫଟୋ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ସନ୍ନି ନିଜ ଫିଲ୍ମର ପୋଷ୍ଟର ଛାଡ଼ିବା ପରେ ଦର୍ଶକ ଖୁବ୍‌ ଉତ୍ସାହିତ ଥିବା ଜଣାପଡିଛି ।

 

Show More

Related Articles

Back to top button