Breaking PLUSଦେଶମୁଖ୍ୟ ଖବର

ମୁମ୍ବାଇରେ ବ୍ୟାପୁଛି ଅଜଣା ରୋଗ

ଗତ କିଛି ଦିନ ହେବ ମୁମ୍ବାଇରେ ଏକ ଅଜବ ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି। ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ହେଉଛି ସାଧାରଣ ଜ୍ୱର। ଏହି ରୋଗ ଅଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟକ ଲୋକଙ୍କୁ ବ୍ୟାପିଥାଏ। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ମ୍ୟାଲେରିଆ, ଚିକୁନ ଗୁନିଆ ଏବଂ ଅନ୍ୟାନ୍ୟ ସଂକ୍ରମଣ ପାଇଁ ରୋଗୀମାନଙ୍କୁ ପରୀକ୍ଷା କରାଯାଏ।

ବିଏଲ୍ ନାୟରଙ୍କ ଡାକ୍ତର ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି ଯେ ଜ୍ୱର ସହିତ ଦାଗ ପ୍ରାୟତଃ ଡେଙ୍ଗୁକୁ ସୂଚାଇଥାଏ, କିନ୍ତୁ ଯେତେବେଳେ ଡେଙ୍ଗୁ ପରୀକ୍ଷା କରାଯାଏ, ରିପୋର୍ଟ ନକାରାତ୍ମକ ଫେରି ଆସେ। ଏହି ଅଦ୍ଭୁତ ଜ୍ୱର ସହରରେ ଦୁଇ ମାସ ପୂର୍ବରୁ ଦେଖାଯିବା ଆରମ୍ଭ କଲାଣି।

ଏହି ରୋଗର ଲକ୍ଷଣ:

ଅସାଧାରଣ ଜ୍ୱର ଲକ୍ଷଣ, ଶରୀରର ତାପମାତ୍ରା ୯୯ ରୁ ୧୦୨ ଡିଗ୍ରୀ ମଧ୍ୟରେ, ଚତୁର୍ଥ କିମ୍ବା ପଞ୍ଚମ ଦିନରେ ଦେହରେ ଦାଗ, ଆଖି ଭାରି ଲାଗିବା, ନିରନ୍ତର ମୁଣ୍ଡବିନ୍ଧା, ନିଦ୍ରା ଅଭାବ, ଵିଚଲତା ଲାଗିବା, ଗଣ୍ଠିରେ ପ୍ରବଳ ଯନ୍ତ୍ରଣା।

ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ବସନ୍ତ ନାଗଭେକର ନିଜର ଅଭିଜ୍ଞାତା ବାଣ୍ଟି ଥିକହିଛନ୍ତି ଯେ ଡେଙ୍ଗୁ ୨ ଏବଂ ଡେଙ୍ଗୁ ୪ ସିରୋଟାଇପ୍ ପ୍ରାରମ୍ଭରେ ନକାରାତ୍ମକ ଫଳାଫଳ ଦେଖାଏ।

Show More

Related Articles

Back to top button