Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ବିଜେପି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, 6 ଏପ୍ରିଲ – ବିଜେପି ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ କାର୍ଯ୍ୟକର୍ତ୍ତା ଭାଇ ଭଉଣୀ ଏବଂ ସମଗ୍ର ବିଚାର ପରିବାରକୁ ମୋର ଶୁଭେଚ୍ଛା । ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଭଳି ରାଷ୍ଟ୍ରୀୟ ସେବକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବିଜେପି ଶ୍ରଦ୍ଧେୟ ଅଟଳଜୀ, ଆଡଭାନୀ ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଅଗଣିତ କର୍ମଯୋଗୀଙ୍କ ଅବଦାନରେ ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ପରିବାରରେ ପରିଣତ ହୋଇଛି ଏବଂ ଏକ ବିରାଟ ବଟ୍ଟବୃକ୍ଷର ରୂପ ନେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭୂତପୂର୍ବ ନେତୃତ୍ୱ, ଶୀର୍ଷ ନେତୃତ୍ୱର ପ୍ରୟାସ ଏବଂ କର୍ମଠ କାର୍ଯ୍ୟକର୍ତ୍ତାଙ୍କ ନିଃସ୍ୱାର୍ଥପର ସେବା ମନୋଭାବ ଯୋଗୁଁ ଆଜି ବିଜେପି ଦେଶର ସବୁଠାରୁ ବିଶ୍ୱସ୍ତ ରାଜନୈତିକ ଦଳ ଭାବରେ ଉଭା ହୋଇଥିବା ବେଳେ ଜନସାଧାରଣଙ୍କ ପ୍ରଥମ ପସନ୍ଦ ହୋଇଛି । ଅନ୍ତ୍ୟୋଦୟ, ସେବା ହିଁ ସଂଗଠନ ଭଳି କାଳଜୟୀ ଚିନ୍ତାଧାରାରୁ ପ୍ରେରଣା ନେଇ ଆସନ୍ତୁ, ଆମେ ସମସ୍ତ କାର୍ଯ୍ୟକର୍ତ୍ତାମାନେ ଏକ ବିକଶିତ ଭାରତ ଗଠନ ଏବଂ ଭାରତ ମାତାର ଗୌରବ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରିବା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button