Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

ଓଡ଼ିଶା ଆସିବେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଯୋଶୀ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତା କାଲି ସେ ପାରଦ୍ୱୀପ ବନ୍ଦର ଓ ତାଳଚରେ କଣିହାଁ ସ୍ଥିତ ଏନଟିପିସି ପ୍ଲାଣ୍ଟ ପରିଦର୍ଶନ କରିବେ । ଅକ୍ଟୋବର ୨୯ ତାରିଖ ଶୁକ୍ରବାର ଦିନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଖଣି ଅଧିକାରୀମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଆଲୋଚନା କରିବେ ।

ତା ପରେ ସେ ମହାନଦୀ କୋଲ ଫଲ୍ଡସ ଲିମିଟେଡ ଏମସିଏଲ ଏବଂ ନାଲକୋର ବିଭିନ୍ନ ପରିଚାଳନା କାର୍ଯ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ଏବଂ ଶେଷରେ କେନ୍ଦ୍ରମନ୍ତ୍ରୀ ଯୋଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ । ଏହା ପରେ କିଛି ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଭୁବନେଶ୍ୱର ଠାରେ ଆଲୋଚନା କରି ବା ପରେ ଦିଲ୍ଲୀ ଫେରିଯିବେ ।

Show More

Related Articles

Back to top button