Breaking PLUSଓଡ଼ିଶାଶିକ୍ଷା

ନଭେମ୍ବର ୧ରୁ ୟୁଜି ଏବଂ ୧୫ରୁ ପିଜି କ୍ଲାସ

ଆରମ୍ଭ ହେବାକୁ ଯାଉଛି ୟୁଜି ଏବଂ ପିଜି କ୍ଲାସ । ନଭେମ୍ବର ୧ରୁ ହେବ ୟୁଜି ପ୍ରଥମ ବର୍ଷ କ୍ଲାସ ଏବଂ ନଭେମ୍ବର ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ ଆରମ୍ଭ ହେବ । ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ର । କଲେଜ କ୍ଲାସ ସହ ହଷ୍ଟେଲ ମଧ୍ୟ ଖୋଲିବ ।

ନୂଆ ଆଡ଼ମିଶନ କରିଥିବା ଛାତ୍ରଛାତ୍ରୀ କ୍ଲାସ କରିବା ପାଇଁ ଆସିପାରିବେ । କରୋନାର ଗାଇଡ଼ଲାଇନ୍ ସହ ପାଠପଢ଼ା ଆରମ୍ଭ କରିବାକୁ କୁହାଯାଇଛି । କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ମାସ୍କ ପିନ୍ଧିବେ, ବାରମ୍ବାର ହାତ ଧୋଇବା ସହ ସାନିଟାଇଜ୍ କରିବାକୁ କୁହାଯାଇଛି । କ୍ଲାସରୁମ୍, ଲାଇବ୍ରେରୀ ଓ ଲାବ୍ରଟୋରୀରେ ସାମାଜିକ ଦୂରତା ରକ୍ଷା କରିବେ । କାଶ, ଛିଙ୍କ ହେଲେ ମୁହଁ ଏବଂ ନାକକୁ ରୁମାଲ ଦ୍ୱାରା ଘୋଡ଼ାଇବା ଦରକାର । ଆବଶ୍ୟକତା ପାଇଁ ଆଇସୋଲେସନ ରୁମ୍ ପ୍ରସ୍ତୁତ ରଖିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

Show More

Related Articles

Back to top button