Breaking PLUSଓଡ଼ିଶାଶିକ୍ଷା

ଆସନ୍ତା ଜୁଲାଇରେ ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା

ଅଗଷ୍ଟ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ

୨୦୨୧-୨୦୨୨ ଶିକ୍ଷାବର୍ଷର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ଶେଷ ସେମିଷ୍ଟାର ପରୀକ୍ଷାକୁ ନେଇ ବଡ ନିଷ୍ପତ୍ତି । ଆସନ୍ତା ଜୁଲାଇ ମାସରେ ୟୁଜି ଓ ପିଜି ପିଲାଙ୍କର ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବାସହ ଅଗଷ୍ଟ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର  ନିର୍ଦ୍ଦେଶ ଦେଇଛନ୍ତି । ଏ ବାବଦରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।

ସୂଚନାଯୋଗ୍ୟ ଯେ, କୋଭିଡ କାରଣରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ପିଲାମାନଙ୍କର ପାଠପଢ଼ା ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ତେଣୁ ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଧାର୍ଯ୍ୟ ତାରିଖ ମଧ୍ୟରେ ପାଠ ପଢ଼ା ଯଦି ନସରେ ତାହାଲେ ଏକ୍ସଟ୍ରା କ୍ଲାସ କରିବାକୁ କୁହାଯାଇଛି । ଏଥିସହ ସୁବିଧା ଅନୁଯାୟୀ ଅନ୍ୟ ସେମିଷ୍ଟର ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି ।

Show More

Related Articles

Back to top button