Breaking PLUSଦେଶ ବିଦେଶମୁଖ୍ୟ ଖବର

ଉଦ୍ଧବଙ୍କ ପାଇଁ ବଢୁଛି ଅଡୁଆ, ଅଯୋଧ୍ୟାରେ ପୂରାଇ ନ ଦେବା ପାଇଁ ଧମକ ଦେଲା ଭିଏଚପି

ମହାରାଷ୍ଟ୍ରରେ କଙ୍ଗନା ରାଣାୱାତଙ୍କ ସହ ହୋଇଥିବା ବ୍ୟବହାରକୁ ନେଇ ଅଯୋଧ୍ୟାର ସାଧୁସନ୍ଥ ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ର ସାଧୁମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି

ମହାରାଷ୍ଟ୍ରରେ କଙ୍ଗନା ରାଣାୱାତଙ୍କ ସହ ହୋଇଥିବା ବ୍ୟବହାରକୁ ନେଇ ଅଯୋଧ୍ୟାର ସାଧୁସନ୍ଥ ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ର ସାଧୁମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେବଳ ଏତିକି ନୂହଁ ଉଦ୍ଧବ ଠାକରେଙ୍କୁ ଅଯୋଧ୍ୟାରେ ପୂରାଇ ଦିଆଯିବ ନାହିଁ ବୋଲି ମଧ୍ୟ ସାଧୁସନ୍ଥମାନେ ଚେତାବନୀ ଦେଇଛନ୍ତି । ବିଏମସି ଦ୍ୱାରା ଭଙ୍ଗା ଯାଇଥିବା କଙ୍ଗନାଙ୍କ ଅଫିସକୁ ନେଇ ହନୁମାନ ଗଢୀ ମନ୍ଦିରର ପୁରୋହିତ ମହନ୍ଥ ରାଜୁ ଦାସ ବିଏମସି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଅଯୋଧ୍ୟାରେ ଉଦ୍ଧବ ଠାକରେ ଏବଂ ଶିବସେନାଙ୍କୁ ସ୍ୱାଗତ କରାଯିବ ନାହିଁ । ବର୍ତ୍ତମାନ ଯଦି ସେ ଏଠାକୁ ଆସନ୍ତି ତେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଅଯୋଧ୍ୟା ସାଧୁମାନଙ୍କ କଠୋର ବିରୋଧର ସମ୍ମୁଖୀନ ହେବାକୁ ପଡିବ ବୋଲି ସେ ସିଧା ସିଧା ଚେତାବନୀ ଦେଇଛନ୍ତି । “

ସେ ଆହୁରି ମଧ୍ୟ କହିଛନ୍ତି, “ମହାରାଷ୍ଟ୍ର ସରକାର ସମୟ ନ ଦେଇ ଜଣେ ଅଭିନେତ୍ରୀଙ୍କ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । କିନ୍ତୁ ପାଲଘରରେ ଦୁଇ ସାଧୁଙ୍କ ହତ୍ୟାକାରୀଙ୍କ ବିରୋଧରେ ଉକ୍ତ ସରକାର ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି।”

ଭିଏଚପି ଆଞ୍ଚଳିକ ମୁଖପାତ୍ର ଶରଦ ଶର୍ମା କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ଶିବସେନା ଅଭିନେତ୍ରୀଙ୍କୁ ଜାଣିଶୁଣି ଟାର୍ଗେଟ କରୁଛନ୍ତି କାରଣ ସେ ଜାତୀୟତାବାଦୀ ଶକ୍ତିଙ୍କୁ ସମର୍ଥନ କରୁଛନ୍ତି ଏବଂ ସେ ମୁମ୍ବାଇର ଡ୍ରଗ୍ ମାଫିଆ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଭୁଲ ଉଦ୍ଦେଶ୍ୟରେ କଙ୍ଗନା ରାନାୱତଙ୍କ ବିରୋଧରେ ମହାରାଷ୍ଟ୍ର ସରକାର ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି ।

Show More

Related Articles

Back to top button