Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ଡ୍ରଗ୍ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ଖାରଜ କଲେ କୋର୍ଟ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକଙ୍କ ଜାମିନ ଆବେଦନ ଉପରେ ସେସନ୍ କୋର୍ଟ ଆଜି ଶୁଣାଣି କରିଛନ୍ତି । ରିୟା ଚକ୍ରବର୍ତ୍ତୀ ଏବଂ ଶୋଭିକଙ୍କ ସମେତ ଅନ୍ୟ 6 ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକଙ୍କ ଜାମିନ ଆବେଦନ ଉପରେ ସେସନ୍ କୋର୍ଟ ଆଜି ଶୁଣାଣି କରିଛନ୍ତି । ରିୟା ଚକ୍ରବର୍ତ୍ତୀ ଏବଂ ଶୋଭିକଙ୍କ ସମେତ ଅନ୍ୟ 6 ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ପ୍ରକାଶ ଥାଉ ଯେ, କୋର୍ଟ କେବଳ ରିୟା ଏବଂ ଶୋଭିକଙ୍କୁ ନୁହେଁ ବରଂ ଅବଦୁଲ ବାସିତ, ଜାଏଦ ଭିଲାଟ୍ରା, ଦୀପେଶ ସାୱନ୍ତ ଏବଂ ସାମୁଏଲ ମିରାଣ୍ଡାଙ୍କ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି। ତେବେ ରିୟା ଚକ୍ରବର୍ତ୍ତୀ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିପାରନ୍ତି ବୋଲି ସୂଚନା ମିଳିଛି ।

ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ଏହା କହିଛନ୍ତି ଯେ କୋର୍ଟ ଶୁଣାଣିର ସରକାରୀ କପି ପାଇବା ମାତ୍ରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ। ରିୟାଙ୍କ ବିରୋଧରେ ଏନଡିପିଏସ୍ ଆକ୍ଟର ଧାରା 20B, 27A, 28 ଏବଂ 29 ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ମାମଲା ଅନୁସାରେ କେତେକ ଆକ୍ଟରେ 10 ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବିଧାନ ରହିଛି ।

ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ସ୍ୱତନ୍ତ୍ର ଜଜ୍ ଜି.ବି ଗୁରୁଭ ଏହି ମାମଲାରେ ଭାଇ-ଭଉଣୀଙ୍କ ଓକିଲ ତଥା ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟରଙ୍କ ଯୁକ୍ତି ଶୁଣିଛନ୍ତି। ଅନ୍ୟ ଚାରିଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ମଧ୍ୟ ଶୁଣାଣି ହୋଇଥିଲା ଏବଂ ଏହା ପରେ କୋର୍ଟ ଶୁକ୍ରବାର ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଥିଲେ।

ରିୟାଙ୍କୁ ଡ୍ରଗ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ତିନି ଦିନ ପଚରାଉଚରା ପରେ ମଙ୍ଗଳବାର ଗିରଫ କରିଥିଲା ​​ଏବଂ ସେ ବର୍ତ୍ତମାନ ବାଇକୁଲ୍ଲା ଜେଲରେ ଅଛନ୍ତି। ଗତ ସପ୍ତାହରେ ଶୋଭିକ୍ ଏବଂ ସାମୁଏଲ୍ ମିରାଣ୍ଡାଙ୍କୁ ଏନସିବି ଗିରଫ କରିଥିଲା।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ତିନିଟି ଫେଡେରାଲ ଏଜେନ୍ସି ଏନସିବି, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଦ୍ୱାରା ଯାଞ୍ଚ କରାଯାଉଛି।

Show More

Related Articles

Back to top button