Breaking PLUSଓଡ଼ିଶାମୁଖ୍ୟ ଖବର

ନିଟ୍ ପରୀକ୍ଷା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା, ପରୀକ୍ଷା କେନ୍ଦ୍ରରେ ରହିବ ସ୍ୱତନ୍ତ୍ର ଆଇସୋଲେସନ ରୁମ୍

ନିଟ୍ ପରୀକ୍ଷା କେନ୍ଦ୍ରରେ ରହିବ ଆଇସୋଲେସନ ରୁମ୍ । ଅଧିକ ତାପମାତ୍ରା ବା ଅସୁସ୍ଥ ପରୀକ୍ଷାର୍ଥୀ ମାନେ ସେଠାରେ ପରୀକ୍ଷା ଦେବେ। ସେମାନଙ୍କ ଲାଗି ଦୁଇ ଜଣ ପରୀକ୍ଷା ନିୟନ୍ତ୍ରକ ପିପିଇ କିଟ୍ ପିନ୍ଧି ପରୀକ୍ଷା ପରିଚାଳନା କରିବେ।

ନିଟ୍ ପରୀକ୍ଷା କେନ୍ଦ୍ରରେ ରହିବ ଆଇସୋଲେସନ ରୁମ୍ । ଅଧିକ ତାପମାତ୍ରା ବା ଅସୁସ୍ଥ ପରୀକ୍ଷାର୍ଥୀ ମାନେ ସେଠାରେ ପରୀକ୍ଷା ଦେବେ। ସେମାନଙ୍କ ଲାଗି ଦୁଇ ଜଣ ପରୀକ୍ଷା ନିୟନ୍ତ୍ରକ ପିପିଇ କିଟ୍ ପିନ୍ଧି ପରୀକ୍ଷା ପରିଚାଳନା କରିବେ। ଏହାସହ ଶାରୀରିକ ଭିନ୍ନକ୍ଷମ ପରୀକ୍ଷାର୍ଥୀ ମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଗୃହ ର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପରୀକ୍ଷାର୍ଥୀ ମାନଙ୍କ ଖାତାରେ ଟିପ ଚିହ୍ନ ଉଠାଇ ଦିଆଯାଇଛି, କେବଳ ଦସ୍ତଖତ ଦେବେ। ପରୀକ୍ଷାର୍ଥୀ ମାନଙ୍କ ସହ ପରୀକ୍ଷା ନିୟନ୍ତ୍ରକ କିଭଳି ସୁରକ୍ଷିତ ରହିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ମାସ୍କ ଓ ବିସ୍କୁଟ ପ୍ୟାକେଟ ପ୍ରଦାନ କରାଯିବ ବୋଲି ନିଟ୍ ରାଜ୍ୟ ସଂଯୋଜିକା ପଲ୍ଲୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଚଳିତ ବର୍ଷ
ରାଜ୍ୟର ୭ ସହରରେ ମୋଟ ୮୪ ପରୀକ୍ଷା କେନ୍ଦ୍ର କରାଯାଇଛି। ରାଜ୍ୟରୁ ମୋଟ ୩୬୪୫୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଭୁବନେଶରରେ ୩୧ଟି ପରୀକ୍ଷା କେନ୍ଦ୍ର ସହ ବସ୍ ରେ ଯାତାୟତ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୪ଟି ଜୋନରେ ୪ ଜଣ ଓଏସ ଅଧିକାରୀ ଙ୍କୁ ଦାୟିତ୍ଵ ଦିଆଯାଇଛି। ପରୀକ୍ଷା ପାଇଁ ପୂର୍ବାହ୍ନ ୧୧ଟା ରୁ ପ୍ରବେଶ ଆରମ୍ଭ ହୋଇ ୧.୩୦ରେ ଗେଟ୍ ବନ୍ଦ ହେବ

Show More

Related Articles

Back to top button