Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

କଙ୍ଗନାଙ୍କୁ Z+ମିଳୁ ସୁରକ୍ଷା, ଦାଉଦ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ :କିଶୋର ଗୁଜ୍ଜର୍

ଉତ୍ତର ପ୍ରଦେଶ ଲୋନିର ବିଜେପି ବିଧାୟକ କିଶୋର ଗୁଜ୍ଜର୍ କଙ୍ଗନା ରଣାୱତ୍ ଙ୍କୁ Z+ ସୁରକ୍ଷା ଦେବା ଲାଗି ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି । ବିଜେପି ବିଧାୟକ କିଶୋର ଗୁଜ୍ଜର ଆହୁରି ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନୁହନ୍ତି ବରଂ ଦାଉଦ୍ ଇବ୍ରାହିମ।

ଉତ୍ତର ପ୍ରଦେଶ ଲୋନିର ବିଜେପି ବିଧାୟକ କିଶୋର ଗୁଜ୍ଜର୍ କଙ୍ଗନା ରଣାୱତ୍ ଙ୍କୁ Z+ ସୁରକ୍ଷା ଦେବା ଲାଗି ଅନୁରୋଧ କରିଛନ୍ତି । ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠିଲେଖି କଙ୍ଗନାଙ୍କ ସୂରକ୍ଷାକୁ ଗୁରୁତ୍ୱ ଦେବା ଲାଗି ଅନୁରୋଧ କରିଛନ୍ତି । ଏହା ବ୍ୟତିତ ମହାରାଷ୍ଟ୍ର ସରକାରଙ୍କୁ ଭାଙ୍ଗିବା ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଗିରଫ କରିବାକୁ ମଧ୍ୟ ଚିଠିରେ ଦାବି କରିଛନ୍ତି ।

” ମହାରାଷ୍ଟ୍ରରେ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ଇଙ୍ଗିତରେ ବୋଲିଉଡ ବଲିଉଡରେ ନେପୋଟିଜିମ ବୃଦ୍ଧି ପାଉଥିବା ବେଳେ, ସୁଶାନ୍ତ ସିଂ ରାଜପୁତଙ୍କ ପରି ଯୁବ ପ୍ରତିଭାଙ୍କୁ ହତ୍ୟା କରାଯାଉଥିବା ଭାରତୀୟ ମାନେ ଅନୁଭବ କରୁଛନ୍ତି” ବୋଲି କହିଛନ୍ତି କୁଶୋର ଗୁଜ୍ଜର୍, ତେଣୁ ବଲିଉଡ଼ ଓ ମାଫିଆ ମାନଙ୍କ ମଧୁଚନ୍ଦ୍ରିକାକୁ ଭାଙ୍ଗିବାର ଆବଶ୍ୟକତା ରହିଛି ।

ବିଜେପି ବିଧାୟକ କିଶୋର ଗୁଜ୍ଜର ଆହୁରି ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନୁହନ୍ତି ବରଂ ଦାଉଦ୍ ଇବ୍ରାହିମ। ଦାଉଦର ହାତ ବାରିସି ହେଉଛନ୍ତି ଉଦ୍ଧବ । ଆଜି ମଧ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟର ପ୍ରତ୍ୟକଟି ସଦସ୍ୟ ଦାଉଦ ଇବ୍ରାହିମ ସମ୍ପର୍କରେ ରହିଛନ୍ତି । ତେହେ କେନ୍ଦ୍ର ସରକାର ଯଦି ସମସ୍ତଙ୍କର ସିଡିଆର ବାହାର କରନ୍ତି ତେବେ ଏହାର ପର୍ଦାଫାସ୍ ହୋଇ ପାରିବ ।

Show More

Related Articles

Back to top button