Breaking PLUSଦେଶ ବିଦେଶମୁଖ୍ୟ ଖବର

ଚୀନକୁ ନାହିଁ ଭରଷା, କାଲି ଆଲୋଚନା ପରେ ଆଜି LACରେ ବୋଫର୍ସ ତୋପ ମୁତୟନ କଲା ଭାରତ

ଗୁରୁବାର ରାତିରେ ଭାରତ ଏବଂ ଚୀନ୍‌ର ବୈଦେଶିକ ମନ୍ତ୍ରୀ ମାନଙ୍କ ମଧ୍ୟରେ ଋଷରେ କଥାବାର୍ତ୍ତା ଚାଲିଥିବାବେଳେ PLA ନିଜର ସୈନ୍ୟମାନଙ୍କୁ ପାଙ୍ଗୋଙ୍ଗ ହ୍ରଦର ଉତ୍ତର କୂଳରେ ଫିଙ୍ଗର -3 ଅଞ୍ଚଳ ଆଡକୁ ନେବାକୁ ଚେଷ୍ଟା କରିଛି । ପାହାଡ ଉପରେ ସଜାଗ ବସିଥିବା ଭାରତୀୟ ଯବାନମାନେ ଚୀନର ଏହି କୌଶଳକୁ ବୁଝିପାରି ଏହାକୁ ପୁଣି ଥରେ ଭଣ୍ଡୁର କରିଦେଇଛନ୍ତି

ଗୁରୁବାର ରାତିରେ ଭାରତ ଏବଂ ଚୀନ୍‌ର ବୈଦେଶିକ ମନ୍ତ୍ରୀ ମାନଙ୍କ ମଧ୍ୟରେ ଷରେ କଥାବାର୍ତ୍ତା ଚାଲିଥିବାବେଳେ PLA ନିଜର ସନ୍ୟମାନଙ୍କୁ ପାଙ୍ଗୋଙ୍ଗ ହ୍ରଦର ଉତ୍ତର କୂଳରେ ଫିଙ୍ଗର –3 ଅଞ୍ଚଳ ଆଡକୁ ନେବାକୁ ଚେଷ୍ଟା କରିଛି । ପାହାଡ ଉପରେ ସଜାଗ ବସିଥିବା ଭାରତୀୟ ଯବାନମାନେ ଚୀନର ଏହି କୌଶଳକୁ ବୁଝିପାରି ଏହାକୁ ପୁଣି ଥରେ ଭଣ୍ଡୁର କରିଦେଇଛନ୍ତି । ଏହି ପରି ଭାବରେମସ୍କୋରେ ଭାରତ ଏବଂ ଚୀନ୍‌ର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ 5 ଟି ପ୍ରସଙ୍ଗରେ ସହମତି ହୋଇଥିଲେ ମଧ୍ୟ ଚୀନ୍ ସେନା ଏହାର ଶକ୍ତି ବୃଦ୍ଧି କରିବାରେ କୌଣସି ସୁଯୋଗକପ ହାତଛଡା କରୁନାହିଁ । ଚୀନ୍‌ର ଦୋଗାଲାମିକୁ ଦୃଷ୍ଟିରେ ରଖି ଭାରତୀୟ ସେନା ବର୍ତ୍ତମାନ LAC ଉପରେ ବୋଫର୍ସ ତୋପ ମଧ୍ୟ ନିୟୋଜିତ କରିଛି । ବର୍ତ୍ତମାନ ଭାରତ ଚୀନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ସେନା ପ୍ରାୟ 40 ହଜାର ଭାରତୀୟ ସୈନିକଙ୍କୁ LAC ରେ ନିୟୋଜିତ କରିଛି ଏବଂ ଏହା ପରେ ଚୀନ ସମସ୍ତ ରଣନୀତିକୁ ବିଫଳ କରିବା ନେଇ ବୋଫର୍ସ ତୋପ ମଧ୍ୟ ବିଭିନ୍ନ ପୋଷ୍ଟ ମାନଙ୍କରେ ଭାରତୀୟ ସେନା ନିୟୋଜିତ କରିବା ଆରମ୍ଭ କରିଦେଇଛି ।

Show More

Related Articles

Back to top button