Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତ ସହ ଆଣ୍ଟି ସିପ୍ ହାର୍ପୁନ୍ ମିସାଇଲ୍ ଡିଲକୁ ମଞ୍ଜୁରୀ ପ୍ରଦାନ କଲା ଆମେରିକା

ଭାରତ ସହ ୮୨ ମିଲିୟନ୍ ଡଲାରର୍ ଆଣ୍ଟି ସିପ୍ ହାର୍ପୁନ୍ ମିସାଇଲ୍ ଡିଲ୍‌କୁ ଆମେରିକା ମଞ୍ଜୁରୀ ପ୍ରଦାନ କରିଛି । ଏହି ମିସାଇଲ୍ ସହ ଭାରତକୁ ଏହା ସହିତ ଜଡ଼ିତ କେତେକ ଅନ୍ୟ ଉପକରଣ ମଧ୍ୟ ଦିଆଯିବ । ଭାରତ ସରକାର ଆମେରିକାଠାରୁ ହାର୍ପୁନ୍ ମିସାଇଲ୍ କିଣିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ ।

ଭାରତ ସହ ୮୨ ମିଲିୟନ୍ ଡଲାରର୍ ଆଣ୍ଟି ସିପ୍ ହାର୍ପୁନ୍ ମିସାଇଲ୍ ଡିଲ୍‌କୁ ଆମେରିକା ମଞ୍ଜୁରୀ ପ୍ରଦାନ କରିଛି । ଏହି ମିସାଇଲ୍ ସହ ଭାରତକୁ ଏହା ସହିତ ଜଡ଼ିତ କେତେକ ଅନ୍ୟ ଉପକରଣ ମଧ୍ୟ ଦିଆଯିବ । ଭାରତ ସରକାର ଆମେରିକାଠାରୁ ହାର୍ପୁନ୍ ମିସାଇଲ୍ କିଣିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । ବାଇଡେନ୍ ପ୍ରଶାସନର ଆଦେଶ ଅନୁସାରେ ଏହି ଡିଲ୍ ଫଳରେ ଇଣ୍ଡୋ-ପ୍ୟାସିଫିକ୍ ଅଞ୍ଚଳରେ ଆମେରିକାର ବଡ଼ ଡିଫେନ୍ସ ପାର୍ଟନର୍‌କୁ ନିଜର ସୁରକ୍ଷା କରିବା ନିମନ୍ତେ ସହାୟତା ମିଳିବ । ଏହା ବ୍ୟତୀତ ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ଶକ୍ତିଶାଳୀ ହେବ । ପେଣ୍ଟାଗନ୍‌ର ଡିଫେନ୍ସ ସିକ୍ୟୁରିଟି କୋଅପରେସନ୍ ଏଜେନ୍ସି (ଡିଏସ୍‌ସିଏ) ସୋମବାର ଆମେରିକା କଂଗ୍ରେସର ମଞ୍ଜୁରୀ ପତ୍ର ଜାରି କରିଛି । ଏଥିରେ ମିସାଇଲ୍ ମେଣ୍ଟେନାନ୍ସ ପାଇଁ ଏକ ସର୍ଭିସ ଷ୍ଟେସନ୍ ଖୋଲିବା, ସ୍ପେୟାର୍ ପାର୍ଟ୍ସ ଓ ସପୋର୍ଟ ସହ ଟେକ୍ନିକାଲ୍ ଡକ୍ୟୁମେଣ୍ଟ ଓ ପର୍ସୋନେଲ୍ ଟ୍ରେନିଂ ମଧ୍ୟ ସାମିଲ ।

ଏହା ବ୍ୟତୀତ ଇଞ୍ଜିନିୟରିଂ ଓ ଲଜିଷ୍ଟିକ୍ ସପୋର୍ଟ ମଧ୍ୟ ପ୍ରଦାନ କରାଯିବ । ଡିଲ୍‌କୁ ଦକ୍ଷିଣ ଏସିଆରେ ଆମେରିକାର ରଣନୀତିକ ପ୍ରଭାବ ବୃଦ୍ଧି ରୂପେ ବିବେଚିତ କରାଯାଉଛି । ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ଆମେରିକା ଭାରତକୁ ନିଜର ବଡ଼ ଡିଫେନ୍ସ ପାର୍ଟନର୍ ଘୋଷିତ କରିଥିଲା । ଯେଉଁ ଦେଶକୁ ଆମେରିକା ଏହି ଟ୍ୟାଗ୍ ଦେଇଥାଏ ସେହି ଦେଶ ସହିତ ଆମେରିକୀୟ ଟେକ୍ନୋଲୋଜି ସହଜରେ ଶେୟାର୍ କରିଥାଏ । ଏହି ଡିଲ୍ ଫଳରେ ବର୍ତ୍ତମାନ ଓ ଭବିଷ୍ୟତରେ ଆସିବାକୁ ଥିବା ବିପଦର ସମ୍ମୁଖୀନ ହେବାରେ ଭାରତକୁ ସହାୟତା ମିଳିବ ବୋଲି ଡିଲ୍ ଡକ୍ୟୁମେଣ୍ଟରେ କୁହାଯାଇଛି । ଅନ୍ୟପକ୍ଷରେ ପେଣ୍ଟାଗନ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଏହି ଡିଲ୍ ଫଳରେ ସେନାବାହିନୀରେ ଏହି ମିସାଇଲ୍ ସାମିଲ ପାଇଁ ଭାରତକୁ କୌଣସି ଅସୁବିଧା ହେବନାହିଁ । ଡିଲ୍ ଭାରତ ସରକାର ଓ ଆମେରିକାର ବୋଇଂ କମ୍ପାନୀ ମଧ୍ୟରେ ହେବ । ଡିଲ୍‌ରେ କୌଣସି ଅଫ୍‌ସେଟ୍ ଏଗ୍ରିମେଣ୍ଟ ସାମ୍ନାକୁ ଆସି ନଥିବା ବେଳେ ଭାରତ ସରକାର ନେଗୋସିଏସନ୍ ମାଧ୍ୟମରେ ଏହା ଘୋଷଣା କରିପାରିବେ ।

Show More

Related Articles

Back to top button