Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍

ବୁଧବାରଠାରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ ସିରଜ୍‌ର ପ୍ରଥମ ଟେଷ୍ଟ ଖେଳିବ। ମ୍ୟାଚ୍‌ରେ ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିବ। ଭାରତୀୟ ଦଳର ୩ ଖେଳାଳି- ଶୁବ୍‌ମାନ ଗିଲ୍‌, ୱାଶିଂଟନ ସୁନ୍ଦର ଓ ଆଭେସ୍‌ ଖାଁ ଆହତହୋଇ ସ୍ବଦେଶ ଫେରି ଯାଇଥିବା ବେଳେ ସୋମବାର ଅଭ୍ୟାସ ବେଳେ ମୟଙ୍କ ଅଗ୍ରୱାଲ ଆହତ ଅଛନ୍ତି।

ବୁଧବାରଠାରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ ସିରଜ୍‌ର ପ୍ରଥମ ଟେଷ୍ଟ ଖେଳିବ। ମ୍ୟାଚ୍‌ରେ ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିବ। ଭାରତୀୟ ଦଳର ୩ ଖେଳାଳି- ଶୁବ୍‌ମାନ ଗିଲ୍‌, ୱାଶିଂଟନ ସୁନ୍ଦର ଓ ଆଭେସ୍‌ ଖାଁ ଆହତହୋଇ ସ୍ବଦେଶ ଫେରି ଯାଇଥିବା ବେଳେ ସୋମବାର ଅଭ୍ୟାସ ବେଳେ ମୟଙ୍କ ଅଗ୍ରୱାଲ ଆହତ ଅଛନ୍ତି। ଇଂଳଣ୍ଡ ଦଳ ମଧ୍ୟ ପୂର୍ଣ୍ଣ ଶକ୍ତିରେ ନାହିଁ। ଦୁଇ ଫାଷ୍ଟବୋଲର ଜୋଫ୍ରା ଆର୍ଚର ଓ କ୍ରିସ୍ ୱକ୍‌ସ ଆହତ ଥିବା ବେଳେ ବେନ୍‌ ଷ୍ଟୋକ୍‌ସ ସିରିଜ୍‌ରୁ ଓହରି ଯାଇଛନ୍ତି। ନଟିଂହାମ୍‌ର ପିଚ୍‌ରେ ବେଶ୍‌ ଘାସ ରହିଛି। ତେଣୁ ଏଥିରେ ପେସ୍ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିବ।

ଷ୍ଟୋକ୍‌ସଙ୍କ ଅନୁପସ୍ଥିତି ଯୋଗୁଁ ଅଧିନାୟକ ଜୋ ରୁଟ୍‌ଙ୍କୁ ଛାଡ଼ି ଇଂଲଣ୍ଡ ଦଳରେ ସେପରି ପ୍ରତିଷ୍ଠିତ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ନାହାନ୍ତି। ଏହି କାରଣରୁ ନିଜମାଟିରେ ଗତ ଟେଷ୍ଟ ସିରିଜ୍‌ରେ ନ୍ୟୁଜିଲାଣ୍ଡଠାରୁ ଇଂଲଣ୍ଡ ପରାସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ଖେଳିଥିବା ରୋରି ବର୍ନସ ଓପନ୍‌ କରିବା ନିଶ୍ଚିତ। ତାଙ୍କ ସହ ଡମ୍‌ ସିବ୍‌ଲି କିମ୍ବା ହସିବ୍ ହମିଦ୍ ଇନିଂସ ଓପନ୍‌ କରିପାରନ୍ତି। ପରେ ଜୋସ୍‌ ବଟ୍‌ଲର, ଜନି ବେୟାରଷ୍ଟୋ ଓ ଡ୍ୟାନ୍ ଲରେନ୍‌ସ ଖେଳିବେ। ଦୁଇ ଅଭିଜ୍ଞ ପେସ୍ ବୋଲର ଜେମ୍‌ସ ଆଣ୍ଡରସନ୍ ଓ ଷ୍ଟୁଆର୍ଟ ବ୍ରଡ୍‌ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ଅସୁବିଧାରେ ପକାଇ ପାରନ୍ତି। ମାର୍କ ଉଡ୍‌ ୩ୟ ପେସ୍ ବୋଲର ଓ ଜ୍ୟାକ୍ ଲିଚ୍ ଏକମାତ୍ର ସ୍ପିନର ଭାବେ ଖେଳିପାରନ୍ତି। ଅଲ୍‌ରାଉଣ୍ଡର ସ୍ଥାନ ପାଇଁ ଓଲି ରବିନ୍‌ସନ ଓ ସାମ୍ କରନ୍‌ଙ୍କ ମଧ୍ୟରେ ମୁକାବିଲା ହେବ। ଗିଲ୍‌ ଓ ମୟଙ୍କ ନ ଥିବାରୁ ରୋହିତ ଶର୍ମାଙ୍କ ସହ ଅଭ୍ୟାସ ମ୍ୟାଚ୍‌ରେ ଶତକ ମାରିଥିବା କେ.ଏଲ୍‌. ରାହୁଲ ଇନିଂସ ଓପନ୍‌ କରିବେ। ଈଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ପେସ୍‌ ବୋଲର ଭାବେ ଖେଳିବାକୁ ଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ବିନ ସ୍ପିନର ଭାବେ ଖେଳିବେ।

ତେବେ ୭ନଂ ସ୍ଥାନରେ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ନା ପେସ୍ ବୋଲର ସାର୍ଦ୍ଦୁଳ ଠାକୁର ଖେଳିବେ; ତାହା ଦେଖିବାର କଥା। ଏଥର ଟେଷ୍ଟ ସିରିଜ୍‌ ଜିତିବାକୁ ବିରାଟ କୋହଲିଙ୍କ ଦଳ ପାଖ​‌େ​‌ର ଶ୍ରେଷ୍ଠ ସୁଯୋଗ ରହିଛି। ଏକ ଟେଷ୍ଟ ଦଳ ଭାବେ ଇଂଲଣ୍ଡ ସେପରି ଶକ୍ତିଶାଳୀ ମନେ ହେଉନାହିଁ। ମୋଟଉପରେ ଭାରତୀୟ ବ୍ୟାଟିଂ ଓ ଇଂଲଣ୍ଡ ବୋଲିଂ ମଧ୍ୟରେ ମୁକାବିଲା ହେବ। ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲରେ ଦୁର୍ବଳ ବ୍ୟାଟିଂ ଯୋଗୁଁ ଭାରତ ପରାସ୍ତ ହୋଇଥିଲା।

Show More

Related Articles

Back to top button