Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ନଷ୍ଟ କରୁଛନ୍ତି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ନଷ୍ଟ କରୁଛନ୍ତି। ଏନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଡେମୋକ୍ରାଟ୍ସ ଏବଂ ଆମେରିକାର ରାଷ୍ଟ୍ରପତି ବିଡେନଙ୍କ ପ୍ରଶାସନ ଆମେରିକାକୁ ଧ୍ୱଂସ କରୁଛି। ଓହିଓଠାରେ ଏକ ରାଲିରେ ଟ୍ରମ୍ପ ଏଭଳି କହିଛନ୍ତି। ସତ୍ୟ ଏହା ଯେ, ନିର୍ବାଚନରେ ଅନୈତିକ ଉପାୟ ଅବଲମ୍ବନ କରାଯାଇଥିଲା। ବର୍ତ୍ତମାନ ଆମ ଦେଶକୁ ନଷ୍ଟ କରାଯାଉଛି। ବର୍ତ୍ତମାନର ରାଷ୍ଟ୍ରପତି ବାଇଡେନଙ୍କୁ କିଛି ଜଣା ନାହିଁ। ଦେଶରେ କଣ ହେଉଛି ତାହା ତାଙ୍କୁ ଅଜଣା। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକାରେ ବାଇଡେନ୍‌ ଦେଶକୁ ନଷ୍ଟ କରୁଥିବାବେଳେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପରମାଣୁ ଅସ୍ତ୍ରଶସ୍ତ୍ର ବିଷୟରେ ଧମକ ଦେବା ଏବଂ ବିଶ୍ୱକୁ ଧ୍ୱଂସ କରିବା ବ୍ୟତୀତ ଅନ୍ୟ କିଛି କରୁନାହାଁନ୍ତି। ସେ କହିଛନ୍ତି ଯେ ପେଟ୍ରୋଲ ଦର ବୃଦ୍ଧି ଏବଂ ଆମେରିକାରେ ରେକର୍ଡସ୍ତରର ମୁଦ୍ରାସ୍ଫୀତି ପାଇଁ ବର୍ତ୍ତମାନର ବାଇଡେନ୍‌ ସରକାର ଦାୟୀ। କିଛି ଦିନ ପୂର୍ବେ ଟ୍ରମ୍ପ କହିଥିଲେ ଯେ, ସେ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରିବେ। କିନ୍ତୁ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ସେ କୌଣସି ପଦକ୍ଷେପ ନେଇନାହାଁନ୍ତି ।

Show More

Related Articles

Back to top button