Breaking PLUSଦେଶବାଣିଜ୍ୟମୁଖ୍ୟ ଖବର

ପାମ୍ ତୈଳ ରପ୍ତାନି ଉପରେ ରୋକ୍ ଲଗାଇବ ଇଣ୍ଡୋନେସିଆ

ଇଣ୍ଡୋନେସିଆ ହେଉଛି ବିଶ୍ୱର ସର୍ବବୃହତ୍‌ ପାମ୍‌ ତୈଳ ଉତ୍ପାଦନକାରୀ ଦେଶ ।

ନୂଆଦିଲ୍ଲୀ : ଇଣ୍ଡୋନେସିଆ ହେଉଛି ବିଶ୍ୱର ସର୍ବବୃହତ୍‌ ପାମ୍‌ ତୈଳ ଉତ୍ପାଦନକାରୀ ଦେଶ । ଏପ୍ରିଲ ୨୮ରୁ ତୈଳ ରପ୍ତାନି ଉପରେ ଇଣ୍ଡୋନେସିଆ ରୋକ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ଜୋକୋ ଭିଡୋଡୋ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଆଗାମୀ ଘୋଷଣା ପର୍ଯ୍ୟନ୍ତ ଲାଗୁହେବ। ଭାରତ ଇଣ୍ଡୋନେସିଆଠାରୁ ସର୍ବାଧିକ ତେଲ କ୍ରୟ କରୁଥିବାରୁ ପୁଣି ଥରେ ଦେଶ ଉପରେ ମହଙ୍ଗା ପ୍ରଭାବ ପଡ଼ିବାକୁ ଯାଉଛି। ବର୍ତ୍ତମାନ ସମୟରେ ଭାରତ ନିଜ ଆବଶ୍ୟକତାର ପ୍ରାୟ ୯୦ ଲକ୍ଷ ଟନ୍‌ ପାମ୍‌ ତୈଳ କ୍ରୟ କରିଥାଏ। ଏଥିରୁ ୭୦% ଇଣ୍ଡୋନେସିଆରୁ କ୍ରୟ କରାଯାଉଥିବା ବେଳେ ବାକି ୩୦% ମାଲେସିଆରୁ କ୍ରୟ ହୋଇଥାଏ। ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତ ମୋଟ୍‌ ୮୩.୧ ଲକ୍ଷ ଟନ୍‌ ପାମ୍‌ ତୈଳ କ୍ରୟ କରିଥିଲା। ବିଶେଷଜ୍ଞଙ୍କ କହିବା ଅନୁସାରେ ଇଣ୍ଡୋନେସିଆର ଏହି ନିଷ୍ପତ୍ତି ପରେ ଭାରତରେ ପାମ୍‌ ତୈଳ କ୍ରୟ ବିଶେଷ ଭାବରେ ପ୍ରଭାବିତ ହେବ।

Show More

Related Articles

Back to top button