Breaking PLUSଦେଶ ବିଦେଶମୁଖ୍ୟ ଖବର

ପୁଲୱାମା ଆକ୍ରମଣକୁ ପୁରିଲା ଦୁଇ ବର୍ଷ, ଦେଶ ପାଳୁଛି କଳା ଦିବସ

ପୁଲୱାମା ଆକ୍ରମଣକୁ ପୁରିଛି ଦୁଇ ବର୍ଷ । ଆଜିର ଦିନରେ ଜାମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିଲା ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଏଥିରେ ୪୦ ଜଣ ବୀର ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ତେବେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ମନେ ପକାଉଛନ୍ତି ଦେଶବାସୀ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି।

୨୦୧୯ ଫେବ୍ରୁଆରୀ ୧୪ ତାରିଖ । ପୁଲୱାମା ରାଜପଥରେ ଲମ୍ବା ଲାଇନ୍ ହୋଇ ସିଆରପିଏଫ୍ ଯବାନଙ୍କ କାଫିଲା ଚାଲିଥିଲା । ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ହଠାତ୍ ଯବାନଙ୍କ ବସକୁ ଧକ୍କା ଦେଇଥିଲା ଆରଡିଏକ୍ସ ବୋଝେଇ କାର୍ । ଆଉ ପିଛୁଳାରେ ସବୁ ଖିନଭିନ୍ ହୋଇଯାଇଥିଲା । ଥରି ଉଠିଥିଲା ଜମ୍ମୁ-କାଶ୍ମୀର ।

ଆତଙ୍କବାଦୀଙ୍କ ଏହି ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ୪୦ ଯବାନ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା । ଏହି ଘଟଣା ପରେ ଶୋକରେ ବୁଡ଼ିଯାଇଥିଲା ପୁରା ଦେଶ । ପ୍ରତିଶୋଧର ନିଆଁରେ ଜଳୁଥିଲେ ଦେଶବାସୀ ।

ଏହି ଘଟଣାର ଜବାବ ଦେବାକୁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ । ଏହି ଘଟାଇଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ଉପରେ ଆକ୍ରମଣ ପାଇଁ ଆରମ୍ଭ ହୋଇଥିଲା ଅପରେସନ । ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀରର ବାଲାକୋଟରେ ଥିବା ଜୈସ୍-ଏ-ମହମ୍ମଦର ବିଭିନ୍ନ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ପାଖାପାଖି ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।

Show More

Related Articles

Back to top button