Breaking PLUSଦେଶ ବିଦେଶମୁଖ୍ୟ ଖବର

ଆସନ୍ତା ୨୩ରୁ ଜେଇଇ ମେନ୍‌, ୪ଟି ପର୍ଯ୍ୟାୟରେ ହେବ ପରୀକ୍ଷା

ଚଳିତ ମାସ ୨୩ ତାରିଖରୁ ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍‌ ଅନୁଷ୍ଠିତ ହେବ । ଯାହା ୨୬ ତାରିଖରେ ସରିବ । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ପରିଚାଳନା କରାଯାଉଥିବା ଏହି ପରୀକ୍ଷା ପାଇଁ ୱେବସାଇଟ୍‌ରେ ଆଡମିଟ୍‌ କାର୍ଡ ଉପଲବ୍ଧ ହୋଇଛି ।

ଚଳିତ ମାସ ୨୩ ତାରିଖରୁ ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍‌ ଅନୁଷ୍ଠିତ ହେବ । ଯାହା ୨୬ ତାରିଖରେ ସରିବ । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ପରିଚାଳନା କରାଯାଉଥିବା ଏହି ପରୀକ୍ଷା ପାଇଁ ୱେବସାଇଟ୍‌ରେ ଆଡମିଟ୍‌ କାର୍ଡ ଉପଲବ୍ଧ ହୋଇଛି ।

ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀ nta.ac.in କିମ୍ବା jeemain.nta.nic.in ୱେବସାଇଟ୍‌କୁ ଯାଇ ନିଜ ଆପ୍ଲିକେସନ୍‌ ନମ୍ବର ଓ ଜନ୍ମ ତାରିଖ ଦେଇ ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ । ଆଡମିଟ୍‌ କାର୍ଡ଼ ଡାଉନ୍‌ଲୋଡ୍‌ରେ କୌଣସି ପ୍ରକାର ଅସୁବିିଧା ହେଲେ ୦୧୨୦-୬୮୯୫୨୦୦ କଲ୍‌ କରିପାରିବେ । ନଚେତ୍‌ [email protected] ରେ ମେଲ୍‌ କରିପାରିବେ । ଏକାଧିକ ଥର ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡ଼କୁ ଅଟକାଇ ଦିଆଯାଇଛି । କୌଣସି ସମସ୍ୟା ଥିଲେ ଛାତ୍ରଛାତ୍ରୀମାନେ ଏନ୍‌ଟିଏକୁ ଯୋଗାଯୋଗ କରିବାକୁ ବରିଷ୍ଠ ପରୀକ୍ଷା ନିର୍ଦ୍ଦେଶକ ଡ. ସାଧନା ପରାସର ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଜେଇଇ ମେନ୍‌ ପରୀକ୍ଷା ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପରୀକ୍ଷା ଫେବ୍ରୁଆରୀରେ ସରିବା ପରେ ଦ୍ୱିତୀୟ ପରୀକ୍ଷା ମାର୍ଚ୍ଚ ୧୫ରୁ ୧୮ ତାରିଖ, ତୃତୀୟ ଏପ୍ରିଲ ୨୭ରୁ ୩୦ ତାରିଖ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ମେ’ ୨୪ରୁ ୨୮ତାରିଖରେ ଅନୁଷ୍ଠିତ ହେବ । ପରୀକ୍ଷା ଦୁଇଟି ସିିଟିଂରେ ହେବ । ପ୍ରଥମ ସିିଟିଂ ସକାଳ ୯ଟାରୁ୧୨ଟା ମଧ୍ୟରେ ସରିବ । ଅନ୍ୟଟି ଅପରାହ୍ଣ ୩ଟାରୁ ୬ଟା ମଧ୍ୟରେ ହେବ । ମେ’ ମାସ ଜେଇଇ ମେନ୍‌ ପରୀକ୍ଷା ସମୟରେ ସିବିଏସ୍‌ଇ ଦ୍ୱାଦଶ ଯେଉଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ରହିଛି । ତେଣୁ ଏହି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।

ସିବିଏସ୍‌ଇ ପରୀକ୍ଷା ଦେବେ ନା ଜେଇଇ ମେନ୍‌ ପରୀକ୍ଷା ଦେବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଅପରପକ୍ଷେ ଏ ବାବଦରେ ଏନଟିଏ କର୍ତ୍ତୃପକ୍ଷ ଜାଣିବା ପରେ ଏକ ନିର୍ଦ୍ଦିଷ୍ଟ ଫର୍ମ ଜାରି କରିଛନ୍ତି । କେଉଁ ଛାତ୍ରଛାତ୍ରୀଙ୍କର ମେ’ ୨୪ରୁ ୨୮ ତାରିଖ ମଧ୍ୟରେ ସିବିଏସଇ ପରୀକ୍ଷା ରହିଛି, ସେମାନେ ସୂଚିତ କରିବାକୁ ଏନ୍‌ଟିଏ ପକ୍ଷରୁ କୁହାଯାଇଛି । ପୂର୍ବରୁ ଜେଇଇ ମେନ୍‌ ଦେବା ପାଇଁ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସର୍ବନିମ୍ନ ୭୫ ଶତକଡା ରଖିବାକୁ ପଡୁଥିଲା । ମାତ୍ର ଚଳିତବର୍ଷ କରୋନାକୁ ଦୃଷ୍ଟିରେ ରଖି ଜେଇଇ ମେନ୍‌ ଆବେଦନ ପାଇଁ କୋହଳ କରାଯାଇଛି । କେବଳ ଦ୍ୱାଦଶ ପାସ୍‌ କଲେ ଜେଇଇ ମେନ୍‌ ଦେଇପାରିବେ ବୋଲି ଏନ୍‌ଟିଏ କର୍ତ୍ତୃପକ୍ଷ କହିଛନ୍ତି ।

Show More

Related Articles

Back to top button