Breaking PLUSଦେଶମୁଖ୍ୟ ଖବରରାଜନୀତି

ଲୋକସଭାରେ ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ଦୁଇ ବ୍ୟକ୍ତି

ନୂଆଦିଲ୍ଲୀ, 13 ଡିସେମ୍ବର – ଲୋକସଭା ଭବନରେ ଅଭାବନୀୟ ଘଟଣା । ଦର୍ଶକ ଗ୍ୟାଲେରୀରୁ ବୁଧବାର ଦିନ ଦୁଇଜଣ ବ୍ୟକ୍ତି ଗୃହର ମଧ୍ୟ ଭାଗକୁ ଡେଇଁପଡିଥିଲେ । ଠିକ୍ ସମୟରେ ସଂସଦ ବାହାରେ ଜଣେ ମହିଳା ଓ ଜଣେ ପୁରୁଷ ଧୂଆ ବାଣ ଫୁଟାଇଥିଲେ ।
ଘଟଣାକ୍ରମରୁ ଜଣାପଡିଛି ଯେ, 20ରୁ 25 ବର୍ଷ ବୟସ୍କ ଦୁଇଜଣ ଯୁବକ ଲୋକସଭା ଗ୍ୟାଲେରୀରୁ ତଳକୁ ଡେଇଁଥିଲେ । ତେବେ ସାଂସଦମାନେ ସେମାନଙ୍କୁ ଧରିବାକୁ ଉଦ୍ୟମ କରିବା ମାତ୍ରେ, ସେମାନଙ୍କ ଜୋତାରୁ କିଛି ଧୂଆଁ ବାହାରିଥିଲା । ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ କାବୁ କରିଥିଲେ ।
ଅନ୍ୟପଟେ ସଂସଦ ଭବନ ବାହାରେ ଜଣେ ମହିଳା ଓ ପୁରୁଷ ଧୂଆଁ ବାଣ ଫୁଟାଇ ନାରାବାଜି କରିଥିଲେ ।

Show More

Related Articles

Back to top button