Breaking PLUSଦେଶମୁଖ୍ୟ ଖବର

କେନାଲକୁ ଖସିଲା କାର, ଗୋଟିଏ ପରିବାରର 4ଜଣଙ୍କ ମୃତ୍ୟୁ

ପାଟଣ, 13 ଡିସେମ୍ବର – ପାଟଣ ଜିଲ୍ଲାର ସାନ୍ତଳପୁର ତହସିଲର ଫାଗଲି ଗାଁରେ ବୁଧବାର ସକାଳେ ଭୟାବହ ସଡକ ଦୁର୍ଘଟଣା ଘଟିଛି । ସଡକ ଦୁର୍ଘଟଣାରେ 4ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି । ଏବଂ ଏମାନେ ଏକ ବିବାହ ସମାରେହକୁ ଯାଉଥିଲେ । ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ, 2ଜଣ ପୁଅ ଅଛନ୍ତି । ରାସ୍ତା ଉପରକୁ ହଠାତ୍ ଏକ ଜଙ୍ଗଲୀ ପଶୁ ପଶିଆସିବାରୁ ଗାଡି ଚାଳକଙ୍କ ଭାରସାମ୍ୟ ବିଗିଡିଯାଇଥିଲା । ଏବଂ କାରଟି ଏକ କେନାଲ ଭିତରକୁ ଖସିପଡିଥିଲା ।
ସାନ୍ତଳପୁର ତହସିଲର ଫାଙ୍ଗଲି ବାସିନ୍ଦ ତଥା ମୁମ୍ବାଇରେ ସ୍ଥାୟୀ ଭାବେ ରହୁଥିବା ଜୋଶୀ ପରିବାର 5ଦିନ ପୂର୍ବରୁ ଏକ ବିବାହରେ ଯୋଗ ଦେବାକୁ ନିଜ ଗାଁକୁ ଆସିଥିଲେ । ତେବେ ବିବାହରେ ଯୋଗ ଦେବାକୁ ଗଲା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

Show More

Related Articles

Back to top button