Breaking PLUSଦେଶମୁଖ୍ୟ ଖବରରାଜନୀତି

ମଧ୍ୟପ୍ରଦେଶର 19ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡକ୍ଟର ମୋହନ ଯାଦବ

ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ

ଭୋପାଳ, 13 ଡିସେମ୍ବର -ମଧ୍ୟପ୍ରଦେଶର 19ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡକ୍ଟର ମୋହନ ଯାଦବ । ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରାଜ୍ୟପାଳ ମଙ୍ଗୁ ଭାଇ ପଟେଲ ରାଜଧାନୀ ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ସମାରୋହରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ସେହିପରି ଜଗଦୀଶ ଦେୱଡା ଓ ରାଜେନ୍ଦ୍ର ଶୁକ୍ଲଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ।

ଶପଥ ଗ୍ରହଣ ସମାରୋହରେ ନବନିର୍ବାଚିତ ବିଧାୟକ, ବିଜେପି ପାଦାଧିକରୀ ଓ ବିପୁଳ ସଂଖ୍ୟାରେ କାର୍ଯ୍ୟକର୍ତ୍ତା, ସ୍ୱୟଂସେବକ ଓ ସାଧାରଣ ନାଗରିକ ଉପସ୍ଥିତ ଥିଲେ ।ଏହି ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶଶହ, ସଡକ ଓ ପରିବହନ ମନ୍ତ୍ରୀ ନୀତୀନ ଗଡକାରୀ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସମାରୋହରେ ସାମିଲ ହୋଇଥିଲେ ।

Show More

Related Articles

Back to top button