Breaking PLUSଦେଶମୁଖ୍ୟ ଖବରରାଜନୀତି

ମହୁଆ ମିତ୍ରଙ୍କ ପିଟିସନ ଉପରେ ଶୁଣାଣିକୁ ନେଇ ପ୍ରଧାନ ବିଚାରପତି କରିବେ ବିଚାର

ନୂଆଦିଲ୍ଲୀ, 13 ଡିସେମ୍ବର – ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାର ସଦସ୍ୟତା ରଦ୍ଦ ହେବା ପରେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହୁଆ ମିତ୍ର । ସୁପ୍ରିମକୋର୍ଟଙ୍କ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ପୀଠ ନିକଟରେ ପିଟିସନ ଦାୟର ହୋଇଛି । ମାମଲାର ଶୀଘ୍ର ଶୁଣାଣି କରିବାକୁ ମହୁଆଙ୍କ ଓକିଲ ଅଭିଷେକ ମନୁ ସାଂଘଭି ଦାବି କରିଛନ୍ତି । ଜଷ୍ଟିସ କୌଲ ଏହା ଉପରେ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିବା ସହ ଶୀଘ୍ର ଶୁଣାଣି ଉପରେ ପ୍ରଧାନ ବିଚାରପତି ବିଚାର କରିବେ ବୋଲି କହିଛନ୍ତି ।
ମହୁଆ ମିତ୍ର ସୁପ୍ରିମକୋର୍ଟରେ ପିଟିସନ ଦାୟର କରି ତାଙ୍କ ବିରୁଦ୍ଧରେ ଏଥିକ୍ସ କମିଟି କରିଥିବା ସୁପାରିଶ ଓ ଏହାପରେ ଲୋକସଭାରେ ପ୍ରସ୍ତାବ ପାରିତକୁ ଭୁଲ ବୋଲି ଦର୍ଶାଇଛନ୍ତି ।

Show More

Related Articles

Back to top button