Breaking PLUSଓଡ଼ିଶାମୁଖ୍ୟ ଖବର

ଏମ୍ସ ଓଭରବ୍ରିଜରେ ଦୁର୍ଘଟଣା, 2 ଆହତ

ଭୁବନେଶ୍ୱର- ୧୬ ନମ୍ବର ଜାତୀୟ ରାଜପଥ ଏମ୍ସ ଓଭରବ୍ରିଜ ଉପରେ ଦୁର୍ଘଟଣା । ତେଲ ଟ୍ୟାଙ୍କରକୁ ଏକ କାର ଧକ୍କା ଦେବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। କାର ମାଲିକ ମାନସ ଜେନା ଓ ତାଙ୍କ ଚାଳକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍ସ ଡାକ୍ତରଖାନାକୁ ପଠାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ରାତି ୧୨ଟା ବେଳେ ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଏକ ତେଲ ଟ୍ୟାଙ୍କର ଟ୍ରକ ଯାଉଥିଲା। ସମke ଦିଗରେ ଆସୁଥିବା ଏକ କାର ଟ୍ୟାଙ୍କର ପଛପଟୁ ଧକ୍କା ଦେବା ଫଳରେ କାରର ଆଗ ପଟ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ଅନୁଧ୍ୟାନ କରୁଛି।

Show More

Related Articles

Back to top button