ଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ଦୁଇ ବାଇକ୍‌ ଧକ୍କା ହୋଇ, ୩ମୃତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଘଷିପଡ଼ା ନିକଟରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ରାଧାକୃଷ୍ଣପୁର ଗାଁର ବୁଲୁ ସ୍ୱାଇଁ, ପିଲି ମଲ୍ଲିକ  ଓ ଭାଗିରଥି ମୁଳି।  ଆହତ ଯୁବକ ପ୍ରତାପଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ସୋରଡା ମେଡିକାଲରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ ଭାଗିରଥି ଓ ପ୍ରତାପ କାମ ସାରି ବାଇକ୍‌ ଯୋଗେ ସୋରଡାରୁ ଘରକୁ ଫେରୁଥିଲେ। ଏହି ସମୟରେ ବିପରୀତ ପଟୁ ଦାରିଙ୍ଗବାଡିରୁ କାମ ସାରି ପିଲି ଓ ବୁଲୁ ନିଜ ଗାଁ ରାଧାକୃଷ୍ଣପୁରକୁ ଫେରୁଥିବା ବେଳେ ଘଷିପଡ଼ା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଭାଗିରଥି ଓ ବୁଲୁଙ୍କର ମୃତ୍ୟୁ ଘଟିଥିବା ବେଳେ ପିଲି ଓ ପ୍ରତାପଙ୍କୁ ସୋରଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପିଲିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପ୍ରତାପ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସୋରଡା ପୁଲିସ ପହଞ୍ଚି ମୃତଦେହ ଜବତ କରି ଏହାର ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button