Breaking PLUSଓଡ଼ିଶାମୁଖ୍ୟ ଖବର

ସତ୍ୟ ଓ ଧର୍ମର ଜୟ ହୋଇଛି, ବିଳମ୍ୱ ହୋଇଥିଲେ ମଧ୍ୟ ଶେଷରେ ନ୍ୟାୟ ମିଳିଛି – ଆଶୀର୍ବାଦ ବେହେରା

ବହୁଚର୍ଚ୍ଚିତ ବାରବାଟୀ ଷ୍ଟାଡିୟମ ଜମି ଜବରଦଖଲ ମାମଲାରେ ଆଶୀର୍ବାଦ ବେହେରାଙ୍କୁ ମିଳିଲା କ୍ଲିନଚିଟ୍ । ଜମି ଜବରଦଖଲ ମାମଲ‌ାରେ ଓଡ଼ିଶା ଅଲିମ୍ପିକ ସଂଘର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କ୍ଲିନ୍‌ଚିଟ୍‌ ମିଳିଛି

ବହୁଚର୍ଚ୍ଚିତ ବାରବାଟୀ ଷ୍ଟାଡିୟମ ଜମି ଜବରଦଖଲ ମାମଲାରେ ଆଶୀର୍ବାଦ ବେହେରାଙ୍କୁ ମିଳିଲା କ୍ଲିନଚିଟ୍ । ଜମି ଜବରଦଖଲ ମାମଲ‌ାରେ ଓଡ଼ିଶା ଅଲିମ୍ପିକ ସଂଘର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କ୍ଲିନ୍‌ଚିଟ୍‌ ମିଳିଛି। ଆଶୀର୍ବାଦଙ୍କ ସହିତ ଏନ୍‌କନ୍‌ ଆସୋସିଏଟ୍‌ସ ବିରୋଧରେ ମଧ୍ୟ ସିବିଆଇକୁ କୌଣସି ପ୍ରମାଣ ମିଳିପାରିନାହିଁ। ଫଳରେ ମାମଲାକୁ ସୁପ୍ରିମକୋର୍ଟ ରଫାଦଫା କରି ଦେଇଛନ୍ତି। ଏଥିସହ ଅଲିମ୍ପିକ ଓ ଏନ୍‌କନ୍‌ ଆସୋସିଏଟ୍ସ କାର୍ଯ୍ୟାଳୟରୁ ଜବତ ହୋଇଥିବା ଫାଇଲ୍‌ଗୁଡ଼ିକୁ ସେମାନଙ୍କୁ ଫେରାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୭ ଏପ୍ରିଲ ୩ ତାରିଖରେ ସୁପ୍ରିମକୋର୍ଟ ଜମି ଜବରଦଖଲ ମାମଲାର ତଦନ୍ତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ମାମଲାର ତଦନ୍ତ କରିବା ସହିତ ଗତବର୍ଷ ଜୁଲାଇ ୧୮ ତାରିଖରେ ଏହାର ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ସିବିଆଇ ତାହାର ତଦନ୍ତ ବେଳେ ଆଶୀର୍ବାଦ ଓ ଏନକନ୍ ଆସୋସିଏଟ୍‌ସ ବାବଦରେ କୌଣସି ଅପରାଧିକ ପ୍ରମାଣ ପାଇ ପାରି ନଥିବା ରିପୋର୍ଟରେ ଉଲ୍ଲେଖ କରିଥିଲା। ଆକାଉଣ୍ଟାଣ୍ଟ‌ ଜେନେରାଲ ଯେଉଁ ରିପୋର୍ଟ ଦେଇଥି‌ଲେ ତାହା ସଂପୃକ୍ତ ଦୋକାନ ଘର ଓ କଲ୍ୟାଣ ମଣ୍ଡପର ଯଥାର୍ଥ ଭଡ଼ାକୁ ନେଇ ପ୍ରସ୍ତୁତ ହୋଇଥିଲା ଏବଂ ଯାହା ଆଦାୟ ହେଉଥିଲା ତାହାର ଅଲଗା କାରଣ ରହିଥିଲା। ଏହି ରିପୋର୍ଟକୁ ଆଧାରକରି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବବ୍‌ଡେ, ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା, ଜଷ୍ଟିସ୍‌ ଭି.ରାମସୁବ୍ରମଣିୟମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟ ପରେ ଆଶୀର୍ବାଦ ବେହେରାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦୀର୍ଘ ୫ ରୁ ୬ ବର୍ଷ ର ଏ ଲଢେଇ ଜାରି ରହିଥିଲା । ସତ୍ୟକଥା ସାମନା କୁ ଆସିଛି । ସତ୍ୟ ଓ ଧର୍ମ ର ଜୟ ହୋଇଛି । ମୋତେ କେବଳ କ୍ଲିନ୍ ଚିଟ୍ ମିଳିଛି ତାହା ନୁହଁ । ବାରବାଟି ପ୍ୟାଲେସ ଓ ୨୩ ଟି ଦୋକାନ ଘରକୁ ମଧ୍ୟ କ୍ଲିନ୍ ଚିଟ୍ ମିଳିଛି । ଭଗବାନ ଙ୍କୁ ଭରଷା କରିଥିଲି । ଭଗବାନ ଅଛନ୍ତି ତାହା ପ୍ରମାଣିତ ହେଲା । ଆଜି ଦିନ ଟି ମାେ ପାଇଁ ଖୁସି ଦିନ । ସି ବି ଆଇ କୁ ସବୁ ବେଳେ ସହଯୋଗ କରିଛି । ସମସ୍ତ ତଥ୍ୟ ମଧ୍ୟ ପ୍ରଦାନ କରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅଲମ୍ପିକ ଆସୋସିଏସନର ପଦ ପଦବୀକୁ ମଧ୍ୟ ଛାଡ଼ିଥିଲି । ବିଳମ୍ୱ ହୋଇଥିଲେ ମଧ୍ୟ ଶେଷରେ ନ୍ୟାୟ ଆମକୁ ମିଳିଛି ।
Show More

Related Articles

Back to top button