ଜୀବନଚର୍ଯ୍ୟାଦେଶସ୍ୱତନ୍ତ୍ର

IRCTC ଦେଲା ଖୁସି ଖବର,ମାତ୍ର ୬୧୫ ଟଙ୍କାରେ ଟିକେଟ୍ ବୁକିଂ କରି ଭ୍ରମଣ କରନ୍ତୁ ଦକ୍ଷିଣ ଭାରତ

ଭ୍ରମଣପ୍ରିୟଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ମାତ୍ର ୬୧୫ ଟଙ୍କାରେ ଟିକେଟ୍ ବୁକିଂ କରି ଭ୍ରମଣ କରନ୍ତୁ ଦକ୍ଷିଣ ଭାରତ । ଏଭଳି ଅଫର ନେଇ ଆସିଛି ଆଇଆରସିଟିସି । ନିମ୍ନ ଆୟକାରୀ ବ୍ୟକ୍ତି ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ ପକ୍ଷରୁ ଏହି ଟୁର୍ ପ୍ୟାକେଜ ଲଞ୍ଚ କରାଯାଇଛି ।

ତେବେ ଆସନ୍ତା ମାସ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ପ୍ୟାକେଜର ଯାତ୍ରା ଚାଲିବ । ଏପ୍ୟାକେଜରେ ମୋଟ ୯ ଦିନ ଓ ୮ ରାତି ରହିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ୧୭,୬୪୦ ଟଙ୍କା ଦେବାକୁ ପଡ଼ିବ । ତେବେ ଏହି ପ୍ୟାକେଜର ଖାସ୍ କଥା ହେଉଛି, ଏଥିପାଇଁ ବିଭିନ୍ନ ବ୍ୟାଙ୍କ ଦ୍ୱାରା ମାସିକ ୬୧୫ ଟଙ୍କାର ଇଏମଆଇ ବ୍ୟବସ୍ଥା କରାଯାଇଛି । ନିମ୍ନ ଆୟବର୍ଗ ତଥା ଅନ୍ୟ ଲୋକମାନେ ଏହି ସୁବିଧାର ଫାଇଦା ଉଠାଇ ପାରିବେ ।

ଏହି ପ୍ୟାକେଜରେ ରାମେଶ୍ୱରମ, ମଦୁରାଈ, ମଲ୍ଲିକାର୍ଜୁନ ଓ ତିରୁପତି ବାଲାଜୀଙ୍କ ଦର୍ଶନ କରିବାର ସୁଯୋଗ ମିଳିବ । ଜଣେ ବ୍ୟକ୍ତି ଗୋରଖପୁର, ବାରାଣସୀ, ପ୍ରୟାଗରାଜ ସଙ୍ଗମ, ଲକ୍ଷ୍ନୌ, କାନପୁର ଓ ବିରାଙ୍ଗନା ଲକ୍ଷ୍ମୀବାଈଠାରୁ ଟ୍ରେନରେ ଚଢ଼ି ପାରିବେ । ଏହି ଯାତ୍ରା ଅବସରରେ ସକାଳ ଜଳଖିଆ, ଦ୍ୱିପ୍ରହର ଓ ରାତିର ଶାକାହାରୀ ଭୋଜନ, ବସ ଦ୍ୱାରା ସ୍ଥାନୀୟ ଯାତ୍ରା, ଧର୍ମଶାଳାରେ ରହିବାର ବ୍ୟବସ୍ଥା ଉପଲବ୍ଧ ରହିଛି ।

ଆଇଆରସିଟିସିର ୱେବସାଇଟ www.irctctourism.comକୁ ଯାଇ ସବିଶେଷ ବିବରଣୀ ପାଇବା ସହ ଅନଲାଇନ୍ ବୁକିଂ କରି ଏହି ସୁଯୋଗର ଫାଇଦା ନିଅନ୍ତୁ ।

Show More

Related Articles

Back to top button