ଜୀବନଚର୍ଯ୍ୟା

ଦାନ୍ତଘଷା ପେଷ୍ଟରେ ପେଡିକିୟୋର

ବିଉଟି ପାର୍ଲର ଯିବାକୁ ସମୟ ନାହିଁ, ଘରେ ଶୀଘ୍ର ପେଡ଼ିକିୟୋର କରାଇବାକୁ ଚାହୁଁଥିଲେ ଆପଣଙ୍କୁ ଆବଶ୍ୟକ ହେବ ମାତ୍ର ଅଳ୍ପ କେତୋଟି ସାମଗ୍ରୀ। ଏଇ ଘରୋଇ ପାଦ ଚର୍ଚ୍ଚାରେ ଦାନ୍ତଘଷା ପେଷ୍ଟ ଦରକାର। ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ହେଲା: ନଡ଼ିଆ ତେଲ, ବେସନ, ମୁଲତାନି ମାଟି, ଟମାଟୋ ରସ, ହଳଦି ଗୁଣ୍ଡ, ଦହି

ପ୍ରଥମେ ଏକ ଛୋଟ ଟବ୍‌ରେ ଉଷୁମ ପାଣି ଭର୍ତ୍ତି କରି ପାଦକୁ କିଛି ସମୟ ବୁଡ଼ାଇ ରଖିବେ। ପାଦକୁ ୫ ମିନିଟ୍ ପରେ ବାହାର କରି ଭଲରେ ପୋଛି ନଡ଼ିଆ ତେଲକୁ ଭଲଭାବେ ଦୁଇ ପାଦରେ ମାଲିସ୍ କରନ୍ତୁ। ଦାନ୍ତଘଷା ପେଷ୍ଟକୁ ବ୍ରଶ୍‌ରେ ନେଇ ନଖ ଉପରେ ଘଷିବେ। ନଖରୁ ସମସ୍ତ ମଇଳା ଦୂର ହେବା ପର୍ଯ୍ୟନ୍ତ ଏଇ ଉପାୟ କରିବେ। ଟାୱେଲ୍‌ରେ ପାଦକୁ ପୋଛି ବେସନ, ମୁଲତାନି ମାଟି, ଟମାଟୋ ରସ, ହଳଦୀ, ଦହିକୁ ମିଶାଇ ପ୍ୟାକ୍‌ କରି ପାଦରେ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ଛାଡ଼ିବେ। ଏହା ପରେ ନଖଉଷୁମ ପାଣିରେ ପାଦକୁ ଧୋଇ ମଏଶ୍ଚରାଇଜର୍ ଲଗାଇବେ। ଶୀତଦିନରେ ଏହି ଉପାୟରେ ପାଦ ଉପଚାର କରନ୍ତୁ। ପାଦ ଫଟା କମିବା ସହ ସୌନ୍ଦର୍ଯ୍ୟ ମଧ୍ୟ ବଢ଼େ।

– ଲେମ୍ବୁରସରେ ଅଲିଭ ତେଲ ମିଶାଇ ପାଦରେ ଭଲଭାବେ ମାଲିସ୍ କରିବେ। ୩୦ ମିନିଟ୍ ପରେ ପାଦକୁ ଓଦା ଟାୱେଲ୍‌ରେ ପୋଛିବେ। ସପ୍ତାହରେ ଥରୁଟିଏ ଏପରି କଲେ ପାଦରୁ ମୃତକୋଷିକା ବାହାରିଯାଏ।
– ବାହାରୁ ଘରକୁ ଆସିବା ପରେ ପ୍ରଥମେ ପ୍ୟୁମିକ୍‌ ଷ୍ଟୋନ୍‌ରେ ପାଦକୁ ସଫା କରି ମଏଶ୍ଚରାଇଜର୍ ଲଗାଇ ଚଲାବୁଲା କରିବା ଉଚିତ।
– ସବୁବେଳେ ହାତ ଓ ପାଦ ନଖରେ ନେଲ୍‌ପଲିସ୍ ଲଗାଇ ରଖନ୍ତୁନାହିଁ। ଏସବୁରେ ଥିବା ରାସାୟନିକତତ୍ତ୍ବ ନଖର ପ୍ରାକୃତିକ ଚମକକୁ ପ୍ରଭାବିତ କରି ଦୁର୍ବଳ କରେ।

Show More

Related Articles

Back to top button