ସ୍ୱାସ୍ଥ୍ୟ

ହାଡ଼ ଶକ୍ତ ସହ ଦୁଶ୍ଚିନ୍ତା ଦୂର କରେ ବାଦାମ

ଆସନ୍ତୁ ଜାଣିବା କିପରି-

ହାଡ଼ ଶକ୍ତ କରେ –
ବାଦାମରେ ଥିବା କ୍ୟାଲସିୟମ ଏବଂ ଭିଟାମିନ ହାଡ଼କୁ ଶକ୍ତ କରିଥାଏ। ତେଣୁ ଏହାକୁ ନିୟମିତ ଖାଇବା ଦ୍ୱାରା ଆମ ହାଡ଼ ଖୁବ ଶକ୍ତ ହୋଇଥାଏ।
ହୃଦୟକୁ ରଖିଥାଏ ସୁସ୍ଥ –
ସପ୍ତାହକୁ ୩ ରୁ ୪ ଥର ବାଦାମ ଖାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ହୃଦୟକୁ ସୁସ୍ଥ ରଖିବା ସହ ହୃଦୟ ଜନିତ ସମସ୍ୟା ଦୂର କରିଥାଏ।
ଦୁଶ୍ଚିନ୍ତା ଦୂର କରେ –
ବାଦାମରେ ଥିବା ପୋଷକ ତତ୍ତ୍ୱ ଦୁଶ୍ଚିନ୍ତା ଦୂର କରିବାରେ ସାହାଯ୍ୟ କରେ।
କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରେ –
ବାଦାମରେ ଓଲିକ ଏସିଡ଼ ରହିଛି। ଯାହା ରକ୍ତରେ ଖରାପ କୋଲେଷ୍ଟେରୋଲର ପ୍ରଭାବକୁ କମ କରି ଭଲ କୋଲେଷ୍ଟେରୋଲର ମାତ୍ରାକୁ ବୃଦ୍ଧି କରେ। କୋଲେଷ୍ଟେରୋଲରମାତ୍ରାକୁ ନିୟନ୍ତ୍ରଣ ମଧ୍ୟ କରେ।

 

    assorted nuts

ଭରପୁର ମାତ୍ରାରେ ପ୍ରୋଟିନ ରହିଛି –
ବାଦାମରେ ବହୁ ପରିମାଣରେ ପ୍ରୋଟିନ ରହିଛି ଯାହା ଶାରୀରିର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ୧୦୦ ଗ୍ରାମ ବାଦାମ ପ୍ରାୟ ଏକ ଲିଟର କ୍ଷୀର ସହ ସମାନ। ଯଦି ଆପଣ ନିୟମିତ କ୍ଷୀର ପିଇ ପାରୁନାହାନ୍ତି, ୨ଟି ଲେଖାଏଁ ବାଦାମ ନିଶ୍ଚୟ ଖାଆନ୍ତୁ।
ସିଝା ବାଦାମ ଖାଇବା ଦ୍ୱାରା ଆମ ଶରୀର ଖୁବ ଫୂର୍ତ୍ତି ଲାଗେ।
ନିଜ ଆହାରରେ ସିଝା ବାଦାମ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।
ଏଥିରେ ଅଧିକ ପରିମାଣରେ ଫାଇବର ଥାଏ, ତେଣୁ ଏହାକୁ ଖାଇବା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହେବା ସହ ଅନ୍ତନଳୀ ମଧ୍ୟ ସଫା ରହିଥାଏ।
ଶରୀରରେ ମେଟାବୋଲିଜିମ ସ୍ତର ଠିକ ରହିଥାଏ। ଯାଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ।
ହୃଦଜନିତ ସମସ୍ୟା, କୋଷ୍ଠକାଠିନ୍ୟ, ମଧୁମେହ, ମୋତିଆବିନ୍ଦୁ, ଭଳି ସମସ୍ୟା ଦୂର ହୋଇଥାଏ।
ପିଲାମାନଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
ମାଂସପେଶୀ ଓ ହାଡ଼କୁ ଶକ୍ତ କରିଥାଏ।
ଏହା ଶରୀରରେ ଲାଲ ରକ୍ତ କଣିକା, ଫୋଲିକ ଏସିଡ଼ ପ୍ରସ୍ତୁତ କରିବାରେ ମଧ୍ୟ ସାହାଯ୍ୟ କରେ।

Show More

Related Articles

Back to top button