କଳା ସଂସ୍କୃତି ଓ ସାହିତ୍ୟଜୀବନଚର୍ଯ୍ୟାଭକ୍ତି

ଆଜିର ଭାଗବତ ବାଣୀ

ଶ୍ରୀ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି ଆତ୍ମା ଅବିନାଶୀ,

🙏ଆଜିର ଭାଗବତ ବାଣୀ🙏

ଶାନ୍ତାକାରଂ ଭୁଜଗଶୟନଂ ପଦ୍ମନାଭଂ ସୁରେଶଂ
ବିଶ୍ୱଧାରଂ ଗଗନସଦୃଶଂ ମେଘବର୍ଣଂ ଶୁଭାଙ୍ଗମ୍ ।

ଶ୍ରୀ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି ଆତ୍ମା ଅବିନାଶୀ, ନିତ୍ୟ, ଅଜନ୍ମା, ଅବ୍ୟୟ ବୋଲି ଯିଏ ଜାଣନ୍ତି ସିଏ କେବେ ହତ୍ୟା କରନ୍ତି ନାହିଁ ବା ହତ୍ୟାର କାରଣ ହୁଅନ୍ତି ନାହିଁ । ଯେପରି ପୁରୁଣା ଓ ଚିରାଫଟା ବସ୍ତ୍ର ତ୍ୟାଗକରି ମନୁଷ୍ୟ ନୁତନ ବସ୍ତ୍ର ଗ୍ରହଣ କରେ ସେହିପରି ଆତ୍ମା ପୁରାତନ ଜୀର୍ଣ୍ଣ ଶୀର୍ଣ୍ଣ ଦେହ ତ୍ୟାଗ କରି ନୁତନ ଦେହ ଗ୍ରହଣ କରେ ।ତେଣୁ କୌଣସି ଶସ୍ତ୍ର ଏହାକୁ କାଟି ପାରେନାହିଁ ,ଅଗ୍ନି ଦହନ କରି ପାରେନାହିଁ ,ଜଳ ବୁଡାଇ ପାରେନାହିଁ ଏବଂ ପବନ ଏହାକୁ ଶୁଷ୍କ କରି ପାରେନାହିଁ । ଏହା ଅଛେଦ୍ୟ ଅର୍ଥାତ୍‍ କାଟି ହୋଇପାରିବ ନାହିଁ । ଅଦାହ୍ୟ ଅର୍ଥ ପୋଡିହୋଇ ପାରିବ ନାହିଁ, ଅକ୍ଲେଦ୍ୟ ଅର୍ଥାତ୍‍ ଜଳରେ ବୁଡିଯାଇ ପାରିବ ନାହିଁ, ଅଶୋଷ୍ୟ କହିଲେ ପବନରେ ଶୁଷ୍କ ହୋଇପାରିବ ନାହିଁ ।ଏହା ନିତ୍ୟ, ସର୍ବତ୍ର ବିଦ୍ୟମାନ, ସ୍ଥିର, ମହାମେରୁପରି ଅଚଳ, ଓ ସନାତନ ଶାଶ୍ୱତ ଇତ୍ୟାଦି।

ଆପଣଙ୍କ ଜୀବନ ମଙ୍ଗଳ ମୟ ହେଉ

🕉️ନମୋ ଭଗଵତେ ବାସୁଦେବାୟ🕉️

Show More

Related Articles

Back to top button