Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ

ଶନିବାର ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ । ପରମ୍ପରା ଅନୁଯାୟୀ ଶନିବାର ବଡସିଂହାର ବେଶରେ ମହାପ୍ରଭୁ ଦର୍ଶନ ଦେବେ । ଏହି ବେଶ ଲାଗି ହେବାକୁ ଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଶନିବାର ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ । ପରମ୍ପରା ଅନୁଯାୟୀ ଶନିବାର ବଡସିଂହାର ବେଶରେ ମହାପ୍ରଭୁ ଦର୍ଶନ ଦେବେ । ଏହି ବେଶ ଲାଗି ହେବାକୁ ଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବଡ଼ଛତା ମଠ ପକ୍ଷରୁ ପଦ୍ମବେଶ ଶ୍ରୀମନ୍ଦିରକୁ ବିଜେ କରାଯିବ । ସନ୍ଧ୍ୟା ଆଳତୀ ପରେ ଘଣ୍ଟି, ଦୁହୁଡ଼ି ସହ ମଠର ସାଧୁସନ୍ଥମାନେ ବେଶ ନେଇ ଶ୍ରୀମନ୍ଦିରକୁ ଯିବେ । ବିଳମ୍ବିତ ରାତିରେ ବଡ଼ସିଂହାର ବେଶ ସମୟରେ ସିଂଘାରୀ ସେବକମାନେ ଏହି ବେଶ ଲାଗି କରିବେ ।

ବଡ଼ସିଂହାର ବେଶ ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ମହାପ୍ରଭୁ ପଦ୍ମବେଶରେ ଅବକାଶ ନୀତି ପର୍ଯ୍ୟନ୍ତ ରହିବା ପରେ ବେଶ ଓଲାଗି ହେବ । ଏଥିପାଇଁ ସକାଳୁ ମଙ୍ଗଳ ଆଳତୀ ପରେ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଛାଡ଼ିବାର ବ୍ୟବସ୍ଥା କରାଯାଇଛି ।

Show More

Related Articles

Back to top button