Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ବଜେଟ ଚର୍ଚ୍ଚା ଉପରେ ଆଜି ସଂସଦରେ ଉତ୍ତର ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଲୋକସଭା ବାଚସ୍ପତି ଓମ ବିର୍ଲା ଶୁକ୍ରବାର ଗୃହରେ କହିଛନ୍ତି ଯେ, ଫେବ୍ରୁଆରୀ ୧୩ରେ ଗୃହର ବୈଠକ ସକାଳ ୧୦ଟାରେ ଆରମ୍ଭ ହେବ । ବଜେଟ ଅଧିବେଶନର ପ୍ରଥମ ଅଧିବେଶନ ଫେବ୍ରୁଆରୀ ୧୩ ଯାଏଁ ଚାଲିବ ।

ଲୋକସଭା ବାଚସ୍ପତି ଓମ ବିର୍ଲା ଶୁକ୍ରବାର ଗୃହରେ କହିଛନ୍ତି ଯେ, ଫେବ୍ରୁଆରୀ ୧୩ରେ ଗୃହର ବୈଠକ ସକାଳ ୧୦ଟାରେ ଆରମ୍ଭ ହେବ । ବଜେଟ ଅଧିବେଶନର ପ୍ରଥମ ଅଧିବେଶନ ଫେବ୍ରୁଆରୀ ୧୩ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୮ରୁ ଏପ୍ରିଲ ଯାଏଁ ଚାଲିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟସଭାର କାର୍ଯ୍ୟବାହୀ ଶୁକ୍ରବାର ଶେଷ ହୋଇଛି । ଶନିବାର ରାଜ୍ୟସଭାର ବୈଠକ ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବ ।

ଲୋକସଭା ବାଚସ୍ପତି କହିଛନ୍ତି, ଫେବୃଆରୀ ୧୩ ତାରିଖ ଗୃହରେ ବୈଠକର ଆୟୋଜନ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ବଜେଟ ଚର୍ଚ୍ଚା ଉପରେ ଉତ୍ତର ରଖିବେ । ବିଜେପି ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ପାର୍ଟି ନିଜର ସମସ୍ତ ଲୋକସଭା ସଦସ୍ୟଙ୍କୁ ଶନିବାର ଉପସ୍ଥିତ ରହିବାକୁ ଅପିଲ କରିଛି ।

ବଜେଟ ଅଧିବେଶନରେ ରାଜ୍ୟସଭାର ବୈଠକ ଆରମ୍ଭ ହେବାର ସମୟ ପୂର୍ବାହ୍ନ ୯ଟା ଓ ଲୋକସଭାରେ ବୈଠକ ଆରମ୍ଭ ହେବାର ସମୟ ଅପରାହ୍ନ ୪ଟା ଥିଲା । କରେନା ଭାଇରସ କାରଣରୁ ପ୍ରତ୍ୟେକ ଦିନ ଗୃହର ବୈଠକରେ ସାମାଜିକ ଦୂରତାକୁ ରକ୍ଷା କରାଯାଉଥିଲା । ସାଧାରଣତଃ ଉଭୟ ଗୃହରେ ବୈଠକ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥାଏ ।

Show More

Related Articles

Back to top button