Breaking PLUSଦେଶ ବିଦେଶମୁଖ୍ୟ ଖବର

ଭୂମିକମ୍ପରେ ଥରିଲା ଉତ୍ତର ଭାରତ

ଉତ୍ତର ଭାରତରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୧୦ଟା ୩୧ ସମୟରେ ଦିଲ୍ଲୀ, ଶ୍ରୀନଗର, ପଞ୍ଜାବର ଲୁଧିଆନା, ଉତ୍ତରପ୍ରଦେଶର ନୋଏଡ଼ା ଆଦି ଅଞ୍ଚଳରେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି।

ଉତ୍ତର ଭାରତରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୧୦ଟା ୩୧ ସମୟରେ ଦିଲ୍ଲୀ, ଶ୍ରୀନଗର, ପଞ୍ଜାବର ଲୁଧିଆନା, ଉତ୍ତରପ୍ରଦେଶର ନୋଏଡ଼ା ଆଦି ଅଞ୍ଚଳରେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି।

ଭୂମିକମ୍ପ ଯୋଗୁଁ ଘରଦ୍ୱାର ଥରି ଉଠିଥିଲା ଓ ଜିନିଷପତ୍ର ଖସି ପଡ଼ିଥିଲା। ଫଳରେ ଭୟରେ ଲୋକମାନେ ଘରଦ୍ୱାର ଛାଡ଼ି ବାହାରକୁ ବାହାରି ଆସିଥିଲେ। ଭାରତୀୟ ଜାତୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ ତାଜିକିସ୍ତାନରେ ସ୍ଥଳଭାଗରୁ ୭୪ କିଲୋମିଟର ଭୂଗର୍ଭରେ ୬.୩ ମାଗ୍ନିଚ୍ୟୁଟ୍‌ର ଭୂମିକମ୍ପ ସୃଷ୍ଟି ହୋଇଥିଲା। ଏହାର ପ୍ରଭାବ ଉତ୍ତର ଭାରତରେ ଦେଖିବାକୁ ମିଳିଥିଲା। ଭୂମିକମ୍ପ ପରେ ସମସ୍ତଙ୍କ ସୁରକ୍ଷିତ ଜୀବନ କାମନା କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଟ୍ୱିଟ୍ କରିଛନ୍ତି।

Show More

Related Articles

Back to top button