ଦେଶ ବିଦେଶମୁଖ୍ୟ ଖବର

ଆଜି ଭାରତୀୟ ବାୟୁସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର

ନୂଆଦିଲ୍ଲୀ: ଦେଶ ପାଇଁ ଗୌରବର ବିଷୟ। ଭାରତୀୟ ସାମରିକ ଶକ୍ତିରେ ଯୋଡ଼ି ହେବ ନୂଆ ଇତିହାସ। ଭାରତୀୟ ବାୟୁସେନାରେ (ଆଇଏଏଫ) ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍)ର ପ୍ରଥମ ବ୍ୟାଚ୍ ସାମିଲ କରାଯିବ। ଏହି ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍)କୁ ସେନା ପକ୍ଷରୁ ରାଜସ୍ତାନର ଲଙ୍ଗେୱାଲାଠାରେ ମୁତୟନ କରାଯିବ ।ଏହି ଲଙ୍ଗେୱାଲାରେ ହିଁ ଭାରତୀୟ ସେନା ୧୯୭୧ ଯୁଦ୍ଧରେ ପାକିସ୍ତାନୀ ସେନାର ଆକ୍ରମଣର ମୁହଁତୋଡ ଜବାବ ଦେଇଥିଲା । ଏହି ହାଲୁକା ଯୁଦ୍ଧ ହେଲିକପ୍ଟରକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ବିକଶିତ କରିଛି । ପାହାଡ଼ିଆ ଅଞ୍ଚଳରେ ମୁତୟନ ପାଇଁ ଏହି ହେଲିକପ୍ଟରକୁ ଖାସ୍ ଡିଜାଇନ କରାଯାଇଛି। ସୋମବାର ଯୋଦ୍ଧପୁରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସଲ ଭି.ଆର.ଚୌଧୁରୀଙ୍କ ଉପସ୍ଥିତିରେ ଏଲସିଏଚ୍ ବାୟୁସେନା ସ୍କ୍ୱାଡ୍ରନରେ ସାମିଲ ହେବ ବୋଲି । ୫.୮ ଟନ ଓଜନର ଦୁଇ ଇଞ୍ଜିନ ବିଶିଷ୍ଟ ଏହି ହେଲିକପ୍ଟର ପରୀକ୍ଷଣ ପୁରା ହୋଇସାରିଛି। ରାଜନାଥ ଲେଖିଛନ୍ତି ଯେ, ସେ ଆଜି, ଅକ୍ଟୋବର ୩ରେ ରାଜସ୍ଥାନର ଯୋଧପୁରକୁ ଯିବି। ସେଠାରେ ସ୍ୱେଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍)ର ମୁତୟନ ସମାରୋହରେ ଯୋଗଦେବେ। ଗତମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ଅନ ସିକ୍ୟୁରିଟି ବୈଠକରେ ସ୍ୱଦେଶୀ ନିର୍ମିତ ଲିମିଡେଟ୍ ସିରିଜ ପ୍ରଡକ୍ସନ (ଏଲଏସପି) ଏଲସିଏଚ୍ କ୍ରୟକୁ ମଞ୍ଜୁର କରିଥିଲେ। ୩,୮୮୭ କୋଟି ଟଙ୍କା ବ୍ୟୟରେ ୧୫ଟି ଏଲସିଏଚ୍ କ୍ରୟ ପାଇଁ ମଞ୍ଜୁରୀ ମିଳିଥିବା ବେଳେ ୧୦ଟି ବାୟୁସେନାକୁ ଓ ୫ଟି ଭାରତୀୟ ସେନାକୁ ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇଥିଲା।

Show More

Related Articles

Back to top button