Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜି ଉପବାସ ରହି ସଦଭାବନା ଦିବସ ପାଳନ କରିବେ ଆନ୍ଦୋଳନରତ କୃଷକ

ନୂଆ କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମହାତ୍ମା ଗାନ୍ଧିଙ୍କ ପୂଣ୍ୟତିଥିରେ କୃଷକମାନେ ଉପବାସ ରହିବା ସହ ଏହି ଦିନକୁ କୃଷକମାନେ ସଦଭାବନା ଦିବସ ଭାବେ ପାଳନ କରିବା ନେଇ ସୂଚନା ମିଳିଛି।

ନୂଆ କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମହାତ୍ମା ଗାନ୍ଧିଙ୍କ ପୂଣ୍ୟତିଥିରେ କୃଷକମାନେ ଉପବାସ ରହିବା ସହ ଏହି ଦିନକୁ କୃଷକମାନେ ସଦଭାବନା ଦିବସ ଭାବେ ପାଳନ କରିବା ନେଇ ସୂଚନା ମିଳିଛି।

ସାଧାରଣ ଲୋକ ସେମାନଙ୍କ ଅନଶନରେ ସାମିଲ ହେବାକୁକିଷାନ ଏକତା ମୋର୍ଚ୍ଚାର ନେତାମାନେ କହିଛନ୍ତି। ୩୦ ଜାନୁଆରୀକୁ ସଦଭାବନା ଦିବସ ଭାବେ ପାଳନ କରାଯିବ । ସମସ୍ତ ନେତା ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏଁ ଉପବାସ ରହିବେ ।

ସୂଚନାଯୋଗ୍ୟ, ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ କୃଷକମାନେ ହିଂସାକାଣ୍ଡ ଘଟାଇବା ପରେ ଅନେକ ସଙ୍ଗଠନ ଆନ୍ଦୋଳନରୁ ଓହରିଯାଇଥିଲେ । କିନ୍ତୁ ରାକେଶ ଟିକୈତଙ୍କ ଭାଷଣ ପରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି ।

Show More

Related Articles

Back to top button