ସ୍ୱାସ୍ଥ୍ୟ

ଆପଣ ଡାଏଟିଂ କରୁଛନ୍ତି କି : ହୋଇଯାଆନ୍ତୁ ସାବଧାନ, ଦେଖାଦେଇ ପରେ ପାର୍ଶ୍ଵ ପ୍ରତିକ୍ରିୟା

ଗୋଟିଏ ସନ୍ତୁଳିତ ସ୍ୱାସ୍ଥ୍ୟକର ଶରୀର ପାଇଁ ଆଜିକାଲି ପ୍ରାୟ ସମସ୍ତେ ଡାଏଟିଂ ଜରିଆରେ ଓଜନ କମାଇବାରେ ଲାଗିଛନ୍ତି ,ଏହାଦ୍ୱାରା ଆପଣଙ୍କର ଓଜନତ କମିଯାଇଥାଏ କିନ୍ତୁ ଆପଣଙ୍କୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ

ମୋଟାପଣ ଓ ମଧୁମେହ ଏପରି ଦୁଇଟି ସମସ୍ୟା ଯାହାକୁ ଆମେ ସନ୍ତୁଳିତ ରଖିବା ପାଇଁ ବ୍ୟାୟାମ ସହିତ ଠିକ ମାତ୍ରାରେ ଖ୍ୟଦ୍ୟ ଖାଇବା ମଧ୍ୟ ବଶ୍ୟକ l ଅଧିକାଂଶ ଲୋକ ଡାଏଟିଂ ଜରିଆରେ ଓଜନ କାଂଇଦେଇ ଥାନ୍ତି ସତ କିନ୍ତୁ ତା ସହିତ ଅଧିକାଂଶ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି l ଆସନ୍ତୁ ଯୁଆଣିବା ସେଗୁଡିକ l

ହାଡ ହୋଇପାରେ ଦୁର୍ବଳ -ଗବେଷକ ମାନଙ୍କ ମତରେ ଯଦି ଆପଣ ମଧ୍ୟ ବୟସର ହୋଇଛନ୍ତି ତେବେ ଡାଏଟିଂ କରିବା ଦ୍ୱାରା ଆପଣଙ୍କକ ଓଜନ ଖୁବ ଅଧିକ କମିଯାଇ ପରେ l ଗବେଷକ ମାନେ କହିଛନ୍ତି ଏହାଦ୍ୱାରା ଆପଣଙ୍କର ହାଡ ଓ ଇମ୍ୟୁନ ସିଷ୍ଟମ ଉପରେ ଖରାପ ପ୍ରଭାବ ପଡିପାରେ l

କେଶ ଝାଡିବାର ସମସ୍ୟା -ଡାଏଟିଂ କଲା ବେଳେ ସାଧାରଣତଃ କ୍ୟାଲୋରୀକୁ କମ ମାତ୍ରାରେ ସେବନ କରାଯାଇଥାଏ ,ଯାହାଦ୍ୱାର ଆପଣଙ୍କ ଶରୀରକୁ ଉଚିତ ପରିମାଣର ପୋଷକତତ୍ୱ ମିଳିନଥାଏ l ଯେଉଁ କାରଣରୁ କେଶ ଝାଡିବାର ସମସ୍ୟା ଆରମ୍ଭ ହୋଇ ଯାଇଥାଏ ତା ସହିତ କେଶ ମଧ୍ୟ ଦୁର୍ବଳ ହୋଇଯାଏ l ସେଥିପାଇଁ ଡାଏଟିଂ କରିବା ସମୟରେ ଧ୍ୟାନ ରଖନ୍ତୁ ପ୍ରୋଟିନ ଓ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଠିକ ପରିମାଣରେ ଖାଇବେ l

ମାଂସପେଶୀ ଦୁର୍ବଳ ହେବା -ଗୋଟିଏ ଗବେଷଣାରେ ଜଣାପଡିଛି ଯେ ଡାଏଟିଂ କରିବା ଦ୍ୱାରା ଆମର ମାଂସପେଶୀ ଉପରେ ଖୁବ ଖରାପ ପ୍ରଭାବ ପଡିଥାଏ l ଦେଖା ଯାଇଛି ଯେ ଡାଏଟିଂ ସାହାଯ୍ୟରେ ମାଂସପେଶୀ ଦୁର୍ବଳ ହୋଈ ସ୍ନାୟୁ ଜନିତ ସମସ୍ୟା ଆରମ୍ଭ ହେଉଛି l

ମେଟାବୋଲିଜ୍ମ ଖରାପ ହୋଇଥାଏ -ଗୋଟିଏ ଗବେଷଣାରେ ଜଣା ପଡିଛି ଯେଉଁ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଡାଏଟିଂ କରିଥାନ୍ତି ସେମାନଙ୍କର ମେଟାବୋଲିକ ସିଷ୍ଟମ ଉପରେ ଅନେକ ଖରାପ ପ୍ରଭାବ ପଡିଥାଏ l ଏହା ଗୋଟିଏ ବିଶେଷ ପ୍ରକାରର ହର୍ମୋନ ଯୋଗୁ ହୋଇଥାଏ ଯାହା ଦ୍ୱାରା ଭୋକ ନଲାଗିବା ଏକ ସମସ୍ୟା ହୋଇଯାଏ l

Show More

Related Articles

Back to top button