Breaking PLUSଓଡ଼ିଶାମୁଖ୍ୟ ଖବର

ସୋନପୁର ଜିଲ୍ଲାରେ ଅଘଟଣ, ଡଙ୍ଗା ବୁଡି ବାପ-ପୁଅଙ୍କର ମୃତ୍ୟୁ

ଯାତ୍ରା ଦେଖିବାକୁ ଯାଇ ଡଙ୍ଗାରେ ଘରକୁ ଫେରିବା ବେଳେ ଅଘଟଣ । ସୋନପୁର ଜିଲ୍ଲା ବିନିକା ମହାନଦୀରେ ଡଙ୍ଗା ବୁଡି ବାପ-ପୁଅ ମୃତ । ମୃତକ ହେଲେ ସୁଲେମାନ ଖାନ ଓ ପୁଅ ଅଜଲାନ ଖାନ୍‌ ବୋଲି ଜଣାପଡିଛି ।

ଯାତ୍ରା ଦେଖିବାକୁ ଯାଇ ଡଙ୍ଗାରେ ଘରକୁ ଫେରିବା ବେଳେ ଅଘଟଣ । ସୋନପୁର ଜିଲ୍ଲା ବିନିକା ମହାନଦୀରେ ଡଙ୍ଗା ବୁଡି ବାପ-ପୁଅ ମୃତ । ମୃତକ ହେଲେ ସୁଲେମାନ ଖାନ ଓ ପୁଅ ଅଜଲାନ ଖାନ୍‌ ବୋଲି ଜଣାପଡିଛି ।

ସୂଚନା ଯେ, ବିନିକାର ସୁଲେମାନ ତାଙ୍କ ପୁଅ ଝିଅ ଓ ପଡୋଶୀ ଘରର ଏକ ମିହିର ନାମକ ପୁଅକୁ ଧରି ମହାନଦୀ ଭିତରେ ଚାଲିଥିବା ବାଇକାନି ମନ୍ଦିରକୁ ବାଇକାନି ଯାତ୍ରା ଦେଖିବାକୁ ଯାଇଥିଲେ । ସେମାନେ ଯାତ୍ରା ଦେଖି ଯାଇଥିବା ସମୟରେ ମହାନଦୀ ଉପରେ ତିଆରି ହୋଇଥିବା ବ୍ରିଜର ଏକ ପିଲରରେ ପିଟି ହୋଇ ଡଙ୍ଗା ଓଲଟି ପଡ଼ିଥିଲା । ଡଙ୍ଗାରେ ଥିବା ନାଉରୀ ମିହିର ଓ ସୁଲେମାନଙ୍କ ଝିଅଙ୍କୁ ଆଣି କୂଳରେ ଛାଡି ସେଠାରୁ ଚାଲିଯାଇଥିଲେ । ସୁଲେମାନ ଖାନ ପୁଅ ଅଜଲାନ ଖାନକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲେ । କିନ୍ତୁ ସେହି ସ୍ଥାନରେ ପାଣି ଅଧିକ ଥିଲା । ପହଁରା ଜାଣି ନଥିବାରୁ ପୁଅକୁ ଆଣିବା ସମୟରେ ସେ ବୁଡିଯାଇଥିଲେ l ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ସୁଲେମାନକୁ ପାଇଥିଲେ । ତାଙ୍କୁ ବିନିକା ଡାକ୍ତରଖାନାକୁ ଆଣିଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖୋଜାଖୋଜି କରିବାର ତିନି ଘଣ୍ଟା ପରେ ପୁଅ ଅଜଲାନ ଖାନ ମଧ୍ୟ ଉଦ୍ଧାର ହୋଇଥିଲେ । ପାଣି ଭିତର ଏକ ପଥର ଭିତରେ ଫସି ରହିଯାଇଥିଲେ ଅଜଲାନ। ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଆଣିଥିଲେ । ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା l ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି l

Show More

Related Articles

Back to top button