Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି କରୋନା ଆତଙ୍କ, ୧୦କୋଟି ୨୫ଲକ୍ଷ ୭୭ହଜାର ୫୨୧ରେ ପହଁଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶନିବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨ଲକ୍ଷ ୧୪ହଜାର ୦୩୨ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦କୋଟି ୨୫ଲକ୍ଷ ୭୭ହଜାର ୫୨୧କୁ ବୃଦ୍ଧି ପାଇଛି ।

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶନିବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨ଲକ୍ଷ ୧୪ହଜାର ୦୩୨ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦କୋଟି ୨୫ଲକ୍ଷ ୭୭ହଜାର ୫୨୧କୁ ବୃଦ୍ଧି ପାଇଛି । ସେହିପରି କୋରୋନାରୁ ୭କୋଟି ୪୨ଲକ୍ଷ ୭୬ହଜାର ୯୩୦ ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୬୦ଲକ୍ଷ ୮୬ହଜାର ୫୯୯ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୨କୋଟି ୬୪ଲକ୍ଷ ୯୯ହଜାର ୩୭୮ଜଣ ସଂକ୍ରମିତ ଓ ୪ଲକ୍ଷ ୪୭ହଜାର ୧୨୦ ଜଣ ମୃତ ଥିବାବେଳେ ଭାରତରେ ୧କୋଟି ୭ଲକ୍ଷ ୨୦ହଜାର ୪୮ସଂକ୍ରମିତ ଓ ୧ଲକ୍ଷ ୫୪ହଜାର ୧୦ମୃତ, ବ୍ରାଜିଲରେ ୯୧ ଲକ୍ଷ ୧୯ହଜାର ୪୭୭ସଂକ୍ରମିତ ଓ ୨ଲକ୍ଷ ୨୨ହଜାର ୭୭୫ମୃତ, ଋଷିଆରେ ୩୮ ଲକ୍ଷ ୧୩ ହଜାର ୪୮ ସଂକ୍ରମିତ ଓ ୭୨ ହଜାର ୧୮୫ ମୃତ, ୟୁକେରେ ୩୭ ଲକ୍ଷ ୭୨ ହଜାର ୮୧୩ ସଂକ୍ରମିତ ଓ ୧ ଲକ୍ଷ ୪ହଜାର ୩୭୧ ମୃତ, ଫ୍ରାନ୍ସରେ ୩୧ ଲକ୍ଷ ୫୩ ହଜାର ୪୮୭ ସଂକ୍ରମିତ ଓ ୭୫ ହଜାର ୬୨୦ ମୃତ, ସ୍ପେନରେ ୨୮ ଲକ୍ଷ ୩୦ ହଜାର ୪୭୮ ସଂକ୍ରମିତ ଓ ୫୮ ହଜାର ୩୧୯ ମୃତ, ଇଟାଲିରେ ୨୫ ଲକ୍ଷ ୨୯ ହଜାର ୭୦ ସଂକ୍ରମିତ ଓ ୮୭ ହଜାର ୮୫୮ ମୃତ, ତୁର୍କୀରେ ୨୪ ଲକ୍ଷ ୬୪ ହଜାର ୩୦ ସଂକ୍ରମିତ ଓ ୨୫ ହଜାର ୭୩୬ ମୃତ, ଜର୍ମାନୀରେ ୨୨ ଲକ୍ଷ ୭ ହଜାର ୩୯୩ ସଂକ୍ରମିତ ଓ ୫୭ ହଜାର ୫୨ ମୃତ, କଲମ୍ବିଆରେ ୨୦ ଲକ୍ଷ ୭୭ ହଜାର ୬୩୩ ସଂକ୍ରମିତ ଓ ୫୩ ହଜାର ୨୮୪ ମୃତ ରହିଛନ୍ତି ।

Show More

Related Articles

Back to top button