ଓଡ଼ିଶାମୁଖ୍ୟ ଖବର

୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ଘନ କୁହୁଡ଼ି ପାଇଁ ସତର୍କ ରୁହନ୍ତୁ, ଗାଡି ଧୀରେ ଚଳାନ୍ତୁ

ରାଜ୍ୟରେ ଆସନ୍ତା ୩ ଦିନ ପର୍ୟ୍ୟନ୍ତ କେତେକ ଜିଲାରେ ଘନ କୁହୁଡି ଅନୁଭୂତ ହେବ। ଶନିବାର ସକାଳେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାରେ ଘନ କୁହୁଡି ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି

ଢେଙ୍କାନାଳ, ସୋନପୁର, ବୌଦ୍ଧ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଜଗତସିଂହପୁର ଜିଲାର କିଛି ସ୍ଥାନରେ କୁହୁଡି ଅନୁଭୂତ ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବାରିପଦାରେ ୧୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୧୨.୮ ଡିଗ୍ରୀ ରହିଛି। ଫୁଲବାଣୀ ସୁନ୍ଦରଗଡ, ବାଲେଶ୍ବର, କଟକ, କେନ୍ଦୁଝର ଏବଂ ଦାରିଙ୍ଗବାଡି ଆଦି ସ୍ଥାନରେ ୧୩ରୁ ୧୪ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିଛି।

ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବନାହିଁ; କିନ୍ତୁ ପରେ ଆଭ୍ୟନ୍ତରୀଣ ଓଡିଶାରେ ୪ଡିଗ୍ରୀ ଏବଂ ଉପକୂଳରେ ୩ ଡିଗ୍ରୀ ପର୍ୟ୍ୟନ୍ତ ରାତି ତାପମାତ୍ରା ଖସିବ। ଘନ କୁହୁଡି ଯୋଗୁଁ ରାଜପଥ ଗୁଡିକରେ ଗାଡିମୋଟର ବେଗକୁ ନିୟନ୍ତ୍ରଣ କରିବା ଉପରେ ପଦକ୍ଷେପ ନେବାକୁ ଏସ୍‌ଆରସି ଉପରୋକ୍ତ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।

Show More

Related Articles

Back to top button