ଓଡ଼ିଶାମୁଖ୍ୟ ଖବର

ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍

ହଟିଛି କୋଭିଡ୍ ନେଗେଟିଭ ରିପୋର୍ଟ କଟକଣା । ଶ୍ରଦ୍ଧାଳୁଙ୍କୁ ମିଳିଛି ବିନା ବାଧାବିଘ୍ନରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ

ବିନା କୋଭିଡ ରିପୋର୍ଟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଗତ ୨୧ ତାରିଖ ଠାରୁ ଆରମ୍ଭ ହୋଇଛି। ତେବେ ଆଜି ରବିବାର ପଡୁଥିବାରୁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିଛି।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଦିନ ଶ୍ରୀମନ୍ଦିର ଭିତର ଓ ବାହାର ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯିବା ପାଇଁ ନିଷ୍ପତି ହୋଇଛି । ଆଜି ସକାଳ ୮ଟାରୁ ଶ୍ରୀମନ୍ଦିର ପରିସର, ସିଂହଦ୍ବାର ସମ୍ମୁଖ, ଶ୍ରୀମନ୍ଦିରର ଚାରିଦ୍ବାର, ଜୋତାଷ୍ଟାଣ୍ଡ ଅଞ୍ଚଳକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି।ଖବର ଅନୁଯାୟୀ, ଗତ ୨୧ ତାରିଖ ଠାରୁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ କୋଭିଡ କଟକଣା ମାନି ମାର୍କେଟ ଛକରୁ ବ୍ୟାରିକେରେ ପ୍ରବେଶ କରି ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିଛନ୍ତି।

ମହାପ୍ରଭୁଙ୍କ ଦର୍ଶନ ପରେ ଭକ୍ତମାନେ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ଦୀର୍ଘ ୧୦ ମାସ ପରେ ଶ୍ରୀମନ୍ଦିରରେ ସ୍ୱଭାବିକ ହୋଇଛି ଦର୍ଶନ ବ୍ୟବସ୍ଥା। ଭକ୍ତ ଓ ଶ୍ରଦ୍ଧାଳୁ ବିନା କୋଭିଡ୍ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଛନ୍ତି। ଭକ୍ତ ମାନେ ହାତ ସାନିଟାଇଜ କରିବା ସହ ସାମାଜିକ ଦୂରତା ରକ୍ଷା କରିବା, ଦେବା ଦେବୀଙ୍କୁ ସ୍ପର୍ଶ ନକରିବା, ପାନ ଓ ଗୁଟଖା ଛେପ ନପକାଇବା ସହ ଶ୍ରୀମନ୍ଦିର ଭିତରେ କିମ୍ବା ବାହାରେ ମହାପ୍ରସାଦ ସେବନ ନକରିବା ଭଳି ସମସ୍ତ ଏସଓପି ପାଳନ କରିଛନ୍ତି।

Show More

Related Articles

Back to top button