ବିନା ଦର୍ଶକରେ ହୋଇପାରେ ଟୋକିଓ ଅଲିମ୍ପିକ
କରୋନା ମହାମାରୀ ପାଇଁ ଟୋକିଓ ଅଲିମ୍ପିକ ଆୟୋଜନରେ ବିଳମ୍ବ ହୋଇଛି । ୨୦୨୦ରେ ହେବାକୁ ଟୋକିଓ ଅଲିମ୍ପିକ ବର୍ତ୍ତମାନ ପର୍ଯ୍ୟନ୍ତ କେବେ ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଦର୍ଶକରେ ଅଲିମ୍ପିକ୍ ଆୟୋଜନ କରାଯିବା ନେଇ ବିଚାରବିମର୍ଶ ଚାଲିଛି ।

ଚାଲିଛି ଆଲୋଚନା, ଖୁବଶୀଘ୍ର ନିଆଯାଇପାରେ କିଛି ନିଷ୍ପତ୍ତି । କରୋନା ମହାମାରୀ ପାଇଁ ଟୋକିଓ ଅଲିମ୍ପିକ ଆୟୋଜନରେ ବିଳମ୍ବ ହୋଇଛି । ୨୦୨୦ରେ ହେବାକୁ ଟୋକିଓ ଅଲିମ୍ପିକ ବର୍ତ୍ତମାନ ପର୍ଯ୍ୟନ୍ତ କେବେ ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଦର୍ଶକରେ ଅଲିମ୍ପିକ୍ ଆୟୋଜନ କରାଯିବା ନେଇ ବିଚାରବିମର୍ଶ ଚାଲିଛି । IAAF ସଭାପତି କହିଛନ୍ତି ଯେ, ଯଦି ଆଗାମୀ ଦିନରେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ହେଇପାରେ । ବର୍ତ୍ତମାନ ମ୍ୟାଚ୍ ଆୟୋଜନ ନେଇ କିଛି କହିହେବନାହିଁ । ଯଦି ବି ମ୍ୟାଚ୍ ଆୟୋଜନା ହେଉଛି । ତେବେ ଦର୍ଶକଙ୍କ ବିନା ଉପସ୍ଥିତିରେ ହୋଇପାରେ । ଏଥିପାଇଁ ବିଟଚାରବିମର୍ଶ ଚାଲିଛି । ୨୦୨୦ରେ ହେବାକୁ ଥିବା ଟୋକିଓ ଅଲିମ୍ପିକ କରୋନା ମହାମାରୀ ପାଇଁ ସ୍ଥଗିତ ରଖାଯାଇଥିଲା । ପ୍ରାୟ ୧ବର୍ଷ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ବି ସାରା ବିଶ୍ୱରୁ କରୋନା ମହାମାରୀ ଶେଷ ହୋଇନାହିଁ । ତେଣୁ ଟୋକିଓ ଅଲିମ୍ପିକ ଆୟୋଜନରେ ନେଇ ଏବେ କିଛି କହିହେବନି । କରୋନା ମହାମାରୀ ଭଳି ସଙ୍ଗୀନ ସ୍ଥିତିକୁ ଦେଖି ଦର୍ଶକଙ୍କୁ ଷ୍ଟାଡିୟମରୁ ଦୁରେଇ ରଖିବା ଉପରେ ଆଲୋଚନା ଚାଲିଛି ।ବର୍ତ୍ତମାନ ସୁଦ୍ଧା କିଛି ନିଷ୍ପତ୍ତି ନିଆଯାଇନାହିଁ ।ସେହିପରି IAAF ସଭାପତି ଆହୁରୀ ମଧ୍ୟ କହିଛନ୍ତି ଯେ, ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ କରୋନା ମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା କମିଛି । ବର୍ତ୍ତମାନ ଆମ ପାଖରେ ଭାକସିନ ଉପଲବ୍ଧ ରହିଛି । ଆଗାମୀ କିଛି ଦିନରେ ବିଶ୍ୱର ପ୍ରାୟ ସମସ୍ତ ଲୋକଙ୍କୁ ଭାକସିନ୍ ଲଗାଯିବାର ଅଛି । ଭାକସିନ୍ ସମସ୍ତ ସମସ୍ୟାର ସମାଧାନ ନୁହେଁ । ତେଣୁ ଆଉ କିଛି ଦିନରେ ଚିତ୍ର ସ୍ପଷ୍ଟ ହୋଇଯିବ । ଏପିରିକି ଅଲିମ୍ପିକ୍ ଆୟୋଜନ ପାଇଁ ଏବେବି ଆହୁରି ୬ମାସ ସମୟ ଅଛି । ଖେଳାଳିମାନେ ଏବେ ପ୍ରଶିକ୍ଷଣ ଆରମ୍ଭ କରିଦେଇଛନ୍ତି ।