ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ନେଇ ସତର୍କ କରାଇ ଦେଇଛି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ।ଶୁକ୍ରବାର ରାତିରେ ଫୁଲବାଣୀ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ସେଲସିୟସ୍ ଥିବାବେଳେ ଦାରିଙ୍ଗିବାଡ଼ି ୮ ଡିଗ୍ରୀ, ଝାରସୁଗୁଡ଼ା ୯.୬, କେନ୍ଦୁଝର ୧୦.୨, ବଲାଙ୍ଗିର ୧୦.୪, ସୋନପୁର ୧୦.୬ ଡିଗ୍ରୀ ଥିଲା । ଉପକୂଳ ଅଞ୍ଚଳରେ ବି ଥଣ୍ଡା ସାମାନ୍ୟ ବଢ଼ିଥିବା ରେକର୍ଡ ହୋଇଥିଲା ।ପାଣିପାଗ ବିଭାଗ କହିଛି, ଏବେ ଥଣ୍ଡା କମ୍ ରହିବ ।
ଆଭ୍ୟନ୍ତରୀଣ ଓଡ଼ିଶାରେ ଧୀରେ ଧୀରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ। ୩-୪ ଦିନ ଭିତରେ ରାତି ପାରଦ ୩-୪ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ଆସନ୍ତା ୩ରୁ ୪ ଦିନ ଭିତରେ ରାତି ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।ଶନିବାର ରାତିରୁ କୁହୁଡ଼ି ବଢ଼ିଛି । ରବିବାର ସକାଳେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଅନୁଗୁଳ, କଟକରେ ଘନ କୁହୁଡ଼ି ଦେଖାଦେଇଛି । ଏହାବାଦ୍ ଉତ୍ତର ଉପକୂଳ ଓଡ଼ିଶାର କେତେକ ଜାଗା ସମେତ ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି ।